ବିବାହିତ ଯୁବକଙ୍କ ଫେସବୁକ୍‌ ପ୍ରେମ ପରେ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ

ଘୁ.ଉଦୟଗିରି,୨/୫: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନରେ ଥିବା ରଟିଙ୍ଗିଆ ଗ୍ରାମର ଜଣେ ୧୬ ବର୍ଷୀୟ ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ ଗତ ୩ ତାରିଖରୁ ଭୁବନେଶ୍ୱରରେ ରହୁଥିବା ଜଣେ ରଟିଙ୍ଗିଆ ଗ୍ରାମର ନାବାଳିକା ଫେସବୁକ୍‌ ମାଧ୍ୟମରେ ସ୍ଥାନୀୟ ବ୍ଲକ ଅଧିନରେ ଥିବା ରାଇପଲ୍ଲି ପଞ୍ଚାୟତର ଗାଡିଆକଲା ଗ୍ରାମର ପରେସ ନାୟକ ୨୭ ଙ୍କ ସହିତ ସମ୍ପର୍କ ହୋଇଥିଲା । କିଛିମାସ ଫେସବୁକ୍‌ ମାଧ୍ୟମରେ ମେସେଜ ଦିଆନିଆ ପରେ ଫୋନ୍‌ ନମ୍ବର ଦିଆନିଆ ହେଲା ଓ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢିଲା । ପରେସ ନାୟକ ନିଜର ପରିଚୟ ଠିକ୍‌ ଦେଇଥିବା ବେଳେ ପରେଶ୍‌ ନାବାଳିକା ନିଜ ପରିଚୟ ଅନ୍ୟ ଜିଲ୍ଲା କହି କଥାବାର୍ତ୍ତା କରୁଥିବା କହିଛନ୍ତି ତେବେ ଦୁହିଁଙ୍କ ସମ୍ପର୍କ ବଢିଲା ପରେ ଝିଅ ଭୁବନେଶ୍ୱର ଠାରୁ ପରେଶ ନାୟକଙ୍କୁ ସାକ୍ଷାତ କରିବାପାଇଁ ନିଜ ଗ୍ରାମକୁ ଆସି ପରେଶକୁ ସାକ୍ଷାତ କଲେ । ପରେ ସେ ନାବାଳିକା ଝିଅ ନିଜ ପରିଚୟ ରଟିଙ୍ଗିଆ ବୋଲି କହିଥିଲେ ବୋଲି ପରେଶ ନାୟକ କହିଛନ୍ତି । ତେବେ କଥାବାର୍ତ୍ତା ମଧ୍ୟରେ ଅଧିକ ସମ୍ପର୍କ ଘନିଷ୍ଠ ହୋଇଥିବା ଯୋଗୁଁ ଦୁହେଁ ଦୁହିଁଙ୍କୁ ଛାଡି ପାରିନଥିଲେ । ପରେଶ୍‌ ନାୟକ ପୂର୍ବରୁ ବିବାହିତ ଅଟନ୍ତି ଓ ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ରହିଛି । ପରେ ପରେଶ ନାୟକ ଝିଅକୁ ନେଇ ଫେରାର ହୋଇ ଘୁ ଉଦୟଗିରିର ଭଡାଘର ସମେତ ବିଭିନ୍ନ ସ୍ଥାନରେ ରଖିଥିଲେ । ଝିଅର ପରିବାର ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି କଲାପରେ ନ ପାଇବାରୁ ଥାନାରେ ଜଣାଇଥିଲେ । ପରେ ଥାନାରେ ଏକ ଅପହରଣ ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ପରେ ରଟିଙ୍ଗିଆ ଅଞ୍ଚଳର କେତେକ ଯୁବକ ନାବାଳିକା ଓ ପରେଶ ନାୟକଙ୍କୁ ମୁକୁଲିଙ୍ଗିଆ ନିକଟ ଗୁନ୍ଦବାଜୁ ଅଞ୍ଚଳରୁ କାବୁକରି ସ୍ଥାନୀୟ ଥାନାରେ ଜିମା ଦେଇଥିଲେ । ସ୍ଥାନୀୟ ଥାନା ପକ୍ଷରୁ ଏସ୍‌ଆଇ ଅନନ୍ତ କୁମାର ପ୍ରଧାନ ଏହି ମାମଲାର ଯାଞ୍ଚ କରିଥିଲେ ଓ ଥାନା କେସ ନମ୍ବର ୬୭/୨୨ ରେ ଅପହରଣ ଓ ଦୁଷ୍କର୍ମ ମାମଲାରେ କେସ ଦାୟର କରି ଡାକ୍ତରୀ ମାଇନା ପାଇଁ ପଠେଇଥିଲେ । ସ୍ଥାନୀୟ ଥାନା ଦଫା ୩୬୩, ୩୭୬, ୩୭୬(୨) ୬ ପୋସ୍କ ଦଫାରେ ଅଭିଯୁକ୍ତ ପରେଶ ନାୟକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛିି ।

Comments (0)
Add Comment