ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି,୩/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସେହି ମହାନ ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ନିଜ ଜୀବନରେ ବହୁ କଷ୍ଟ ସହ୍ୟ କରି ଭାରତକୁ ସ୍ୱାଧୀନ କରିବା ସଙ୍ଗେସଙ୍ଗେ ଭାରତ ଏକ ସମୃଦ୍ଧିଶାଳୀ ରାଷ୍ଟ୍ର ଗଠନ କରିବାପାଇଁ ତାଙ୍କର ଅବଦାନ ଅତୁଳନୀୟ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ତ୍ୱିକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବାସହିତ ମହାତ୍ମାଗାନ୍ଧୀଙ୍କ ସତ୍ୟ ଓ ଅହିଂସା ନୀତି ଦ୍ୱାରା ସମସ୍ତଙ୍କ ନିକଟରେ ପରିଚିତ ଠିକ୍‌ ସେହିପରି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମୂଳମନ୍ତ୍ର ଥିଲା ଜୟ ଯବାନ ଜୟ କିଷାନଙ୍କ ଦ୍ୱାରା ସମସ୍ତଙ୍କ ନିକଟରେ ଆଦୃତ ହୋଇ ପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନରଞ୍ଜନ ଦଳେଇ, ବରିଷ୍ଠ କିରାଣି ଲକ୍ଷଣ ପାଇକ, ସଂଜୟ ପାତ୍ର, କିଶୋର ଦାଶ, ସୁରେନ୍ଦ୍ର ପାତ୍ର, ସୁଲତା ଶୁଭଦର୍ଶନୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment