ଗଜପତି,୨୨/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଏନ.ଏସ.ଏସ ତରଫରୁ ଏକ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଭିଡି ଟିମର କର୍ମକର୍ତ୍ତା ମାନେ ଆସି ଡେଙ୍ଗୁ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ଶ୍ରୀ ସିଦ୍ଧାର୍ଥ ଦାସ ଡେଙ୍ଗୁ ରୋଗ ବ୍ୟାପିବାର ମୁଖ୍ୟକାରଣ, ନିରାକରଣ ଓ ରୋଗର ଲକ୍ଷଣ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇବା ସହ କିଭଳି ଡେଙ୍ଗୁ ଓ ମ୍ୟାଲେରିଆ ଯୋଗୁଁ ପ୍ରତିବର୍ଷ ବ୍ୟାପକ ଜୀବନହାନି ଘଟୁଛି କହିଥିଲେ । ବିଶେଷ କରି ନିଜ ଗୃହ ମଧ୍ୟରେ ଅସନା ପାଣିକୁ ଫିଙ୍ଗିବା ସହ ଆବର୍ଜନା ଶୂନ୍ୟକରି ପରିଷ୍କାର ପରିଛନ୍ନତା ଅବଲମ୍ବନ କରିବା ଦିଗରେ ବୁଝାଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ରିନା ସାହୁଙ୍କ ଅଧ୍ୟକ୍ଷତାରେ ଏ ସମସ୍ତ କାର୍ଯ୍ୟକ୍ରମକୁ ଏନ.ଏସ.ଏସ ଯୋଜନା ଅଧିକାରୀ ଡକ୍ଟର ଭାରତୀ ପାଣିଗ୍ରାହୀ ପରିଚାଳନା କରିଥିବାବେଳେ ଏଲ୍.ଅଶୋକ ସହଯୋଗ ପ୍ରଦାନ କରିଥିଲେ । ଶେଷରେ ନିକଟସ୍ଥ ସାହିକୁ ଡେଙ୍ଗୁ ଏନଏସଏସ ସ୍ୱେଚ୍ଛାସେବୀମାନେ ଡେଙ୍ଗୁ ସମ୍ପର୍କୀୟ ପୋଷ୍ଟର ବାଣ୍ଟିବା ସହ ସାହିବାସିନ୍ଦାଙ୍କୁ ମଧ୍ୟ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ ଓ ଏନ.ଏମ ଦିଦି ମଧ୍ୟ ସହଯୋଗ କରିଥିଲେ ।