ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ସଚେତନତା କାର୍ଯ୍ୟକ୍ରମ

ଗଜପତି,୧/୧୦- ଆଜି ନିୟତି ଭିନ୍ନକ୍ଷମ ସେବା ଅନୁଷ୍ଠାନ ଆନୁକୁଲ୍ୟରେ ଭିନ୍ନକ୍ଷମ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଶିଶୁଙ୍କର ସୁସ୍ଥ ଶରୀର ସେବାପାଇଁ ଭୌତିକ ଚିକିତ୍ସାର ପ୍ରୟୋଗ ବିଧି ବରିଷ୍ଠ ନାଗରିକ ମଞ୍ଚ ରେ ଏକ କର୍ମଶାଳା ଅନୁଷ୍ଠିତ ହୋଇସାରିଛି । ନିୟତିର ପ୍ରତିଷ୍ଠାତା ତଥା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ପରିଚାଳନାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଡାକ୍ତର ଅରୁଣ ନାୟକ, ଫିଜିଓଥେରୋପିଷ୍ଟ ,ସହଯୋଗୀ ଅରୁପାଞ୍ଜଳି ମହାନ୍ତି ଯୋଗଦେଇ ୫୦ରୁ ଉର୍ଦ୍ଧ୍ୱ ହିତାଧିକାରୀ ଏବଂ ଭିନ୍ନକ୍ଷମମାନେ ଯୋଗଦାନ କରି ଫିଜିଓଥେରୋଫିର ବ୍ୟବହାରିକ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଗୁରାଣ୍ଡି ଗ୍ରାମର ସମସ୍ତ ବରିଷ୍ଠ ବ୍ୟକ୍ତି ଏବଂ ଭିନ୍ନକ୍ଷମ ଶିଶୁ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ଥିଲେ । ଜନାର୍ଦ୍ଦନ ପାତ୍ର, ବିଜୟ ପାତ୍ର, ଅର୍ଜୁନ ସାମଲ, ପୀତବାସ ସାମଲ, ବିନୋଦ ଜେନା, ହରିକୃଷ୍ଣ ଜେନା ପ୍ରମୁଖଙ୍କ ସହଯୋଗରେ ଉକ୍ତ ସଚେତନତା କର୍ମଶାଳା ସଫଳ ହୋଇଥିଲା ।

Comments (0)
Add Comment