ଗଜପତି/ପାରଳାଖେମୁଣ୍ଡି, ୨/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବହୁଚାରା ମାତା କିନ୍ନର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଚା ଦୋକାନ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ ଯୋଗଦେଇ ଉଦଘାଟନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୁଲ୍ୟରେ ହୋଇଥିବା ଚା ଦୋକାନ ପାଇଁ ୫୦ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ମୁଖ୍ୟତଃ କିନ୍ନର ମାନଙ୍କୁ ସ୍ୱାବଲମ୍ବୀ ତଥା ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏପରି ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରାଯାଇ ଚା ଦୋକାନ କରିଥିବା ଜଣାପଡିଛି । ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବାବେଳେ ବିଶେଷକରି କିନ୍ନର ସଂଘ ବହୁ ଖୁସି ପ୍ରକଟ କରିଛନ୍ତି । ଆଜିର ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ଜିଲ୍ଲା ସାମାଜିକ ଅଧିକାରୀ କଲ୍ୟାଣୀ ଦାସ ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।