ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅକ୍ସିଜେନ କନସେଣ୍ଟ୍ରେଟର ଯନ୍ତ୍ର ପାଇଁ ୨୫ଲକ୍ଷ ଟଙ୍କା ଦେଲେ ଗଜପତି ପ୍ରଶାସନକୁ

ଗଜପତି,୧୯/୫- ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଅମ୍ଳଜାନର ଅଭାବ ଦେଖାଦେଉଛି । ତେଣୁ ଏହାର ସମାଧାନ ନିମନ୍ତେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସହାୟତାର ହାତ ବଢାଇଛନ୍ତି । ଜିଲ୍ଲାପାଇଁ ଆବଶ୍ୟକୀୟ “ଅକ୍ସିଜେନ କନସେଣ୍ଟ୍ରେଟର ଯନ୍ତ୍ର କିଣିବା ପାଇଁ ବ୍ରହ୍ମପୁର ସାଂସଦ ନିଜ ହାତ ପାଣ୍ଠିରୁ ଗଜପତି ଜିଲ୍ଲା ପ୍ରଶାସନକୁ ୨୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ଏଥିପାଇଁ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଗଜପତିବାସୀ ସାଧୁବାଦ ଜଣାଇଛନ୍ତି ।

Comments (0)
Add Comment