ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଉଦଘାଟିତ

ଗଜପତି,୩/୧- ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଉପଲଡାର ଉପବଜାର ପ୍ରାଙ୍ଗଣ ଠାରେ ଆଜି ଜିଲ୍ଲାସ୍ତରୀୟ ଧାନକ୍ରୟ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଏହି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଗୋଶାଣି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯୋଗାଣ ଅଧିକାରୀ ଶତ୍ରୁଘ୍ନ ଗିରି, ତହସିଲଦାର ଅଚ୍ୟୁତାନନ୍ଦ ଜାନି, ଏ.ଆର.ସି. ସି ହରିହର ସେଠୀ, ଆର ଏମ୍‌ ସି ସମ୍ପାଦକ ଏଲ. ରଘୁବାବୁ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଗଜପତି ଜିଲ୍ଲାର କ୍ରୟକାରୀ ସଂସ୍ଥା ଭାବେ ୪୪ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି । ପରେ କୃଷକ ଭୋଜନାଳୟକୁ ଉଦଘାଟନ କରିବାପରେ ସଚେତନତା ପ୍ରଚାର ରଥକୁ ଗଜପତି ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଏହି ସଚେତନତା ରଥ ଗଜପତି ଜିଲ୍ଲାର ଗୋଶାଣି ବ୍ଳକ, ରାୟଗଡ ବ୍ଳକ, ଗୁମ୍ମା ବ୍ଳକ, କାଶୀ ନଗର ବ୍ଳକ ୫ ଦିନ ଧରି ଚାଷୀଙ୍କୁ ସଚେତନତା କରାଇବ । ଚଳିତବର୍ଷ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ସରକାରଙ୍କ ନିର୍ଦ୍ଧାରିତ ଦର ସାଧାରଣ ଧାନ ୧୯୪୦ ଟଙ୍କା ଥିବା ବେଳେ ସରୁ ଧାନର ମୂଲ୍ୟ ୧୯୬୦ ରହିଛି । ଚଳିତବର୍ଷ ୫ ଲକ୍ଷ ୬୧ ହଜାର ୧୯୪ କ୍ୟୁଣ୍ଟାଲ ଧାନ କ୍ରୟ କରିବାର ବ୍ୟବସ୍ଥା ରହିଛି ।

Comments (0)
Add Comment