ଗଜପତି ଜିଲ୍ଲାରେ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକା କରଣ ଆରମ୍ଭ

ଗଜପତି ,୭/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକା କରଣ ଆରମ୍ଭହୋଇଛି । ଏହି ଟୀକା କରଣ ଆଜି ଠାରୁ ୯ ତାରିଖପର୍ଯ୍ୟନ୍ତ ଅନୁଷ୍ଠିତହେବ । ସହରର ୮ ଟି ସ୍ଥାନ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଭଣ୍ଡାରୀ ସାହି, ଟାଉନହଲ, ସରସ୍ୱତୀ ଶିଶୁ ମନ୍ଦିର, ମହାରାଜା ଓଡ଼ିଆ ବାଳିକା ବିଦ୍ୟାଳୟ, ଗାନ୍ଧୀ ମେମୋରିୟାଲ ସ୍କୁଲ ବ୍ଳକ ଏ ଓ ଗାନ୍ଧୀ ମେମୋରିୟାଲ ସ୍କୁଲ ବ୍ଳକ ବି, ଆରଏମସି କଟନ ୟାର୍ଡ ସେଣ୍ଟରରେ ଟୀକାକରଣ ଦେବାର ବ୍ୟବସ୍ଥା ରହିଛି । ଆଜି ଜିଲ୍ଲାପାଳ ଅନୁପମ ସାହା କେନ୍ଦ୍ରଗୁଡିକୁ ପରିଦର୍ଶନ କରିଥିଲେ । କହିଥିଲେ ଯେ ତିନି ଦିନରେ ୮ଟି କେନ୍ଦ୍ରରେ ୪ ହଜାର ୫୦୦ ଟୀକା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ପ୍ରତ୍ୟେକ ଦିନ ୮ଟି କେନ୍ଦ୍ରରେ ୧୫ଶହ ଟିକା ଦେବାର ବ୍ୟବସ୍ଥା ରହିଛି ।

ଆଜି ୬ ଟି କେନ୍ଦ୍ରରେ ୨୦୦ ଲୋକଙ୍କୁ ଟିକା ଦିଆଯାଉଛି । ଅନ୍ୟ ଦୁଇଟି କେନ୍ଦ୍ରରେ ୧୫୦ ଲେଖାଏଁ ଟକା ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା । ଏହି କାର୍ଯ୍ୟକ୍ରମ ସାମାଜିକ ଦୂରତା ରକ୍ଷାକରି ସକାଳ ୮ଟାରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଲୋକେ ଟିକା ନେଇ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Comments (0)
Add Comment