ବାହାର ରାଜ୍ୟରୁ ଧାନ ଅମଳ ଗାଡି ଆଣି ଚାଷୀଙ୍କୁ ଶୋଷଣ

ପାରଳାଖେମୁଣ୍ଡି,୧୧/୧୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ସହ ଆଖପାଖ ଅଞ୍ଚଳରେ ଖରିଫ ଋତୁର ଧାନ ଅମଳ ଚାଲିଥିବାବେଳେ ବାହାର ରାଜ୍ୟରୁ କିଛି ଦଲାଲ ଧାନ ଅମଳ ଗାଡି ଆଣି ଧାନ ଅମଳ ସକାଶେ ଚଢାଦରରେ ଚାଷୀଙ୍କୁ ଶୋଷଣ କରୁଛନ୍ତି । ଚାଷୀ ଏକାଥରକେ ଜମିରୁ ଧାନ ଅମଳ ହେଉଥିବାରୁ ଚାଷୀ ଦଲାଲ ପ୍ରୋରଚନାରେ ପଡି ଧାନ ଅମଳ ଗାଡି ସାହାଯ୍ୟରେ ଧାନ ଅମଳ କରୁଛନ୍ତି । ଏହା ଚାଷୀକୁ ଧାନ ଅମଳ ସକାଶେ ସହଜ ଉପାୟ ହୋଇଥିବାରୁ ବାଧ୍ୟ ହୋଇ ବାହାର ରାଜ୍ୟରୁ ଅଣାଯାଇଥିବା ଅମଳ ଗାଡି ଉପରେ ଅମଳ କରିବା ସକାଶେ ନିର୍ଭର କରୁଛନ୍ତି । ଏଠାକାର କିଛି ଦଲାଲ ସେମାନଙ୍କ ସହ ସଲାସୁତୁରା କରି ଧାନ ଅମଳ ଗାଡି ଅମଳ ସକାଶେ ଚଢାଦରରେ ଚାଷୀଙ୍କଠୁ ଘଣ୍ଟା ପ୍ରତି ୩୦୦୦ ଟଙ୍କା ନେଉଛନ୍ତି । ଏଠାକାର କିଛି ଚାଷୀ ଧାନ ଅମଳ ଗାଡି ଆଣି ନିଜ ବ୍ୟବସାୟ କରି ମାଲାମାଲ ହେଉଛନ୍ତି । ଚାଷୀଙ୍କ ଠାରୁ ଅଧିକା ଘଣ୍ଟା ପ୍ରତି ଅଧିକା ଦର ନେଉଛନ୍ତି । ଫଳରେ ଚାଷୀ ଶୋଷଣର ଶିକାର ହେଉଛନ୍ତି । ଏଥିପ୍ରତି କୃଷି ବିଭାଗ ହେଉ ବା ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଲେ ଚାଷୀକୂଳ ଉପକୃତ ହୋଇପାରନ୍ତେ ।

Comments (0)
Add Comment