କୋଭିଡ କଟକଣାକୁ ଫୁ କରି କଲେ ବାହାଘର

ପାରଳାଖେମୁଣ୍ଡି,୧୭/୫- କରୋନା କଟକଣାକୁ ଫୁ । ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମରେଏକ ବାହାଘର ବରଯାତ୍ରୀରେ ବିନା ମାସ୍କରେ ସାମାଜିକ ଦୂରତା ଓ କୋଭିଡ ନିୟମକୁ ଉଲ୍ଲଂଘନ କରି ବାଦ୍ୟର ତାଳେ ତାଳେ ନାଚିଥିଲେ ଶହ ଶହ ଲୋକ । ଏହି ଅବସରରେ ଗତକାଲି ବିଳମ୍ବିତ ରାତ୍ରରେ ଚାଲିଥିଲା ଦୁଇ ଦୁଇଟି ବାହାଘର ଶହଶହ ଲୋକଙ୍କୁ ନେଇ ବରଯାତ୍ରୀର ଏକ ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥଲେ ।ଏହି ବରଯାତ୍ରୀରେ ସେହି ଗ୍ରାମର ଯୁବକ ମାନଙ୍କ ଗୀତ ନାଚରେ ଜମିଥିଲା ଗୀତର ଆସର । କୋରନା କଟକଣା, ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ଖାତିର ନକରି ଏହାର ଖୁଲମଖୁଲା ଉଲ୍ଲଂଘନ କରାଯାଇଥିଲା । ଏତେ ସବୁ ହେଲା ବେଳକୁ ବ୍ଲକ ପ୍ରଶାସନ କିମ୍ବା ପୋଲିସ ପ୍ରଶାସନ ପାଖରେ ଖବର ନଥିବା ଆଶ୍ଚର୍ଯ୍ୟର ବିଷୟ .ା ଜିଲ୍ଲା ପ୍ରଶାସନ କୋରନାର ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ କଟକଣା ଲାଗୁ କରିଛନ୍ତି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଅଧିକରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ କିପରି ଜାଣିପାରିଲେ ନାହିଁ ସାଧାରଣରେ ପ୍ରଶ୍ନ ଉଠିଛି । ଅଧିକାରୀ ମାନେ ଦୟିତ୍ୱକୁ ଠିକ୍‌ ଭାବେ ପାଳନ କରୁନାହାନ୍ତି ଫଳରେ ଜିଲ୍ଲା ପ୍ରଶାସନ କୋରନାକୁ ମୁକାବିଲା କରିବା ପାଇଁ ଯେଉଁ ସଂକଳ୍ପ ନେଇଛି ଏଭଳି କେତକ ଅଧିକାରୀଙ୍କ ଯୋଗୁଁ ବିଫଳ ହେବା ବେଳେ ବର୍ତମାନର କୋରନା ସଂକ୍ରମଣ ସଂକ୍ରମିତ ହେବା ପାଇଁ ତିଳେ ମାତ୍ର ପଛେଇବ ନାହିଁ । ଏହାଦ୍ୱାରା କେତେ ଲୋକ ଯେ ବିପଦରେ ପଡ଼ିବେ ଆକଳନ କରିବା ଜିଲ୍ଲା ପ୍ରଶାସନପକ୍ଷେ ଅସମ୍ଭବ । ଏହି ବାହାଘର ଭିଡିଓ ଦେଖି ସାଧାରଣ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଏହି ବାହାଘର ଭିଡିଓ ଭାଇରଲ ହେବାପରେ ଗୋଶାଣୀ ବ୍ଲକର ବି ଡି ଓ ଏବଂ ଗୁରାଣ୍ଡି ଥାନା ଅଧିକାରୀ ତାଟିପେଟା ଗ୍ରାମର ବିବାହ ହୋଇଥିବା ବ୍ୟକ୍ତି ବି କୁରୁମୁନାଇକୁଲୁଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ମେସେଜ ଆକାରରେ ଜଣାଇଛନ୍ତି ।

Comments (0)
Add Comment