ହରଭାଙ୍ଗି ଜଳଭଣ୍ଡାରରେ ଅଙ୍ଗୁଳିକା ଯାଆଁଳା ମତ୍ସ୍ୟଜୀବୀଙ୍କ ସକାଶେ ଛଡ଼ାଗଲା,ଉପକୃତ ହେବେ ମତ୍ସ୍ୟଜୀବୀ

ଗଜପତି,୫/୨- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ହରଭାଙ୍ଗି ଜଳଭଣ୍ଡାରରେ ଅଙ୍ଗୁଳିକା ଯାଆଁଳା ମତ୍ସ୍ୟ ବିଭାଗ ପକ୍ଷରୁ ଛଡ଼ାଯାଇଛି । ମତ୍ସ୍ୟ ବିଭାଗର ସରକାରୀ ଫାର୍ମରୁ ଉନ୍ନତମାନର ଅଙ୍ଗୁଳିକା ଯାଆଁଳା ପ୍ରଥମଥର ଜାନୁୟାରୀ ୩୧ ତାରିଖରେ ୨୬୦୦୦ ଯାଆଁଳା ଓ ୨ ଫେବୃୟାରୀରେ ଦ୍ୱିତୀୟ ପର୍ଯ୍ୟାୟ ୨୮୫୦୦ ଅଙ୍ଗୁଳିକା ଯାଆଁଳା ଛଡାଯାଇଥିବାର ବିଭାଗ ପକ୍ଷରୁ ଜଣାଯାଇଛି । ଏହା ଦ୍ୱାରା ୪ ହଜାର ମତ୍ସ୍ୟଜୀବୀ ଉପକୃତ ହୋଇପାରିବେ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି । ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାଇବେ । ଡେ଼ପୁଟି ଡ଼ାଇରେକ୍ଟର (ଗଞ୍ଜାମ) ମତ୍ସ୍ୟ ବିଭାଗ ହେମନ୍ତ କୁମାର ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭିକ୍ଟୋରିୟା ଖାନ, ସହକାରୀ ମତ୍ସ୍ୟ ଅଧିକାରୀ ଲିସା ବେହେରା, ମତ୍ସ୍ୟ ସଂପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ଶବର, ଫାର୍ମ ମେନେଜର ଦେବାଶିଷ ସ୍ୱାଇଁ ଓ ମତ୍ସ୍ୟଜୀବୀ ସମବାୟ ସମିତିର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ ।

Comments (0)
Add Comment