ଖରିଫ ୠତୁ ସକାଶେ ଚାଷୀ ତଳି ପାଇଁ ବିହନ ବୁଣି ଅପେକ୍ଷା କରିଛି ମୌସୁମୀର ଆଗମନକୁ

ଗଜପତି,୧୯/୬- ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ଘେରା ଅଞ୍ଚଳ ଏଠାର ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ନିଜର ଜୀବନ ଜୀବିକା ନିର୍ବାହ କରିଥାନ୍ତି । ଜିଲ୍ଲାରେ ମୁଖ୍ୟତଃ ୭ ଟି ବ୍ଳକ ରହିଛି ସେଥି ମଧ୍ୟରୁ କାଶୀ ନଗର ଓ ଗୋଶାଣି ବ୍ଳକରେ ଅନ୍ୟ ବ୍ଳକ ଅପେକ୍ଷା ଅଧିକ ଧାନ ଚାଷ ହୋଇଥାଏ । ବର୍ତ୍ତମାନ ଖରିଫ ୠତୁ ସକାଶେ ଚାଷୀ ହଳ କରି ବିହନ ବୁଣିବା ଆରମ୍ଭ କରିସାରିଲାଣି ଚାଷୀ ମୌସୁମୀକୁ ଅପେକ୍ଷା କରିଛି ।

ଜିଲ୍ଲାରେ ସାଗର ଗୁଡିକ ଶୁଖିପଡ଼ିଛି । ବର୍ଷା ନହେଲେ ପକାଇ ଥିବାର ଧାନ ବିହନ ନଷ୍ଟ ହେବାର ସମ୍ଭାବନା ରହିଛି । ବର୍ଷା ଠିକ ସମୟରେ ନ ହେଲେ ତଳିବି ହେବା କଷ୍ଟ ବୋଲି ମତ ପ୍ରକାଶ ପାଇଛି । ପୁଣି ଥରେ ଧାନ ବିହନ ବୁଣିବାକୁ ପଡିବ ବୋଲି ଚାଷୀ ଆଶଙ୍କାରେ ରହିଛନ୍ତି ।

Comments (0)
Add Comment