ଓଡିଶା ମୋ ପରିବାର ପକ୍ଷରୁ ଗୁମ୍ମା ବ୍ଲକରେ ରକ୍ତଦାନ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି,୧୮/୧୨- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମାସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଓଡିଶା ମୋ ପରିବାର ତରଫରୁ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁ ଶିବିରକୁ ଉଦଘାଟନ କରିଥିବା ବେଳେ ଓଡିଶା ମୋ ପରିବାର ସଂଯୋଜିକା ଇନ୍ଦିରା ପଟ୍ଟନାୟକ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ ,ନଗରସଭାପତି ବାବୁଲି ରାଜଗୁରୁ,ବରିଷ୍ଟ ନେତା ବସନ୍ତ ଦାସ, ଲଷ୍ମୀକାନ୍ତ ପରିଛା, ଜିଲ୍ଲା ଛାତ୍ର ସଭାପତି ସୁରଜିତ ତ୍ରିପାଠୀ,ନେତ୍ରୀ ଶାନ୍ତି ଜେନା, ଅନିତା ଅଧିକାରୀ, ପ୍ରେମିକା ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ବ୍ଲକ ବିଜେଡି ସଭାପତି ଏନାଶ ଶବର, ସାସଂଦ ବିମଳ କୁମାର ଦଳାଇ ,ସରପଞ୍ଚ ଜୁସିଲିଶ ମଣ୍ଡଳ, ଜୀକନିୟ ରଇତ,ଆଡ଼ିଆ ଗମାଙ୍ଗ, ସନ୍ତୋଷ କୁମାର ଦଣ୍ଡସେନା,କଁହେଶ୍ୱର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୭୦ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଜିଲ୍ଲା ବ୍ଲଡ଼ ବ୍ୟଙ୍କ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments (0)
Add Comment