ସଂକୁଳସ୍ତରୀୟ ଯୁବ ରେଡକ୍ରସ୍‌ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର

ଗଜପତି,୯/୧୧- ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସଂକୁଳସ୍ତରୀୟ ଯୁବ ରେଡକ୍ରସ୍‌ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିରର ଅନ୍ତିମ ଦିବସରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ରେଡକ୍ରସ୍‌ ସ୍ୱେଚ୍ଛାସେବୀଙ୍କ ସହିତ ମହିଳା କନିଷ୍ଠ ମହାବିଦ୍ୟାଳୟ, ମହିଳା ଡିଗ୍ରୀ ମହାବିଦ୍ୟାଳୟ, ସଂସ୍କୃତ ମହାବିଦ୍ୟାଳୟ ସରକାରୀ ଭୋକେସନାଲ ମହାବିଦ୍ୟାଳୟ, ସେଣ୍ଟଭିମ୍‌ ସେନ କନିଷ୍ଠ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ଓ ପରାମର୍ଶଦାତାଗଣ ଯୋଗଦେଇଥିଲେ । ଏଥିରେ ଯୁବ ରେଡକ୍ରସ୍‌ର ସ୍ୱେଚ୍ଛାସେବୀ ଓ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ମିଶି ୬୭ ଜଣ ରକ୍ତ ଦାନ କରିଥିଲେ । ଅଧ୍ୟକ୍ଷ ପ୍ରଫେସର ଭଜମନ ବେହେରା ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ ସଂସ୍କୃତ ବିଭାଗର ମୁଖ୍ୟ ପ୍ରଫେସର ବିଘ୍ନେଶ୍ୱର ମିଶ୍ର, ଡ଼ ଚନ୍ଦ୍ର ଶେଖର ଦାସ , ପ୍ରଫେସର ସୁକାନ୍ତ କୁମାର ବେହେରା , ଡ଼ ଅଳକା ପଣ୍ଡା ତଥା ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ତ୍ରିଦିବସୀୟ ଶିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ହରିହର ପଣ୍ଡା ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉଦଯାପନୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରଫେସର ବିଘ୍ନେଶ୍ୱର ମିଶ୍ର ସଭା ପରିଚାଳନା କରିଥିବାବେଳେ ସୁକାନ୍ତ କୁମାର ବେହେରା ଶିବିର ବିବୃତି ପାଠ କରିଥିଲେ ଓ ଶେଷରେ ଡ଼ ଅଳକା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment