ପାରଳାଖେମୁଣ୍ଡି ପୌର ପରିଷଦ: ତୃତୀୟ ଦିନରେ ୩ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

ଗଜପତି,୬/୩- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଏକ ସର୍ବପୁରାତନ ପୌର ପରିଷଦ ଅଟେ । ପୌର ନିର୍ବାଚନ ସକାଶେ ଚଳିତ ୨ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ପାର୍ଥିପତ୍ର ଦାଖଲ ରହିଛି । ଚଳିତଥର ପୌର ଅଧ୍ୟକ୍ଷ ନିମନ୍ତେ ପ୍ରତ୍ୟକ୍ଷ ନିର୍ବାଚନ ହେବ । ଏ ନେଇ ପାରଳାଖେମୁଣ୍ଡି ପୌର ପରିଷଦ ପୌର ଅଧ୍ୟକ୍ଷ, ୱାର୍ଡ କାଉନସିଲର ନିର୍ବାଚନ ୨୪ ତାରିଖରେ ହେବ । ପ୍ରଥମ ଦୁଇଦିନରେ କୌଣସି ନାମାଙ୍କନ ପତ୍ର ଦାଖଲ ହୋଇନଥିବାବେଳେ ତୃତୀୟଦିନ ୩ ଜଣ ପ୍ରାର୍ଥୀ ବିଭିନ୍ନ ୱାଡର଼୍ରେ କାଉନସିଲର ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୱାଡର଼୍ ୨ ନିମନ୍ତେ ବବିତା ମହାକୁଡ଼, ୱାର୍ଡ଼ ୪ ରେ ବାଳକୃଷ୍ଣ ପାତ୍ର ୱାର୍ଡ଼ ୧୧ ରେ ପ୍ରମିଳା ନାୟକ ନିଜର ନାମାଙ୍କନ ପତ୍ର ପୌର ପାଳିକା କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ଦିଲିପ କୁମାର ମହାରଣାଙ୍କ ନିକଟରେ ଦାଖଲ କରିଥିଲେ । ସୂଚନାଯୋଗ୍ୟ ପୌର ଅଧ୍ୟକ୍ଷ ପଦବୀଟି ଅନୁସୂଚିତ ଜାତି ମହିଳା ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି । ପ୍ରାର୍ଥୀପତ୍ର ଦାଖଲ ବେଳେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯାଇଛି ।

Comments (0)
Add Comment