ପାରଳାଖେମୁଣ୍ଡି,୪/୯- ଗଜପତିରେ ପୁଣି ୧୮ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ଗୋଶାଣି ବ୍ଲକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୨ ଜଣ, ମୋହନା ବ୍ଲକରୁ ୮ ଜଣ ,ନୂଆଗଡ ବ୍ଲକରୁ ୪ ଜଣ, ଗଜପତି ଜିଲ୍ଲାର ୨ଜଣ ଜିଲ୍ଲା ବାହାର ହସ୍ପିଟାଲରୁ ଚିହ୍ନଟ ହୋଇଥିବାର ଜଣାପଡିଛି । ପଜିଟିଭି ଚିହ୍ନଟ ହେବା ପରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ହୋମ ଆଶୋଲେସନ ଓ କୋଭିଡ ହସ୍ପିଟାଲ/କୋଭିଡ କେୟାର ସେଣ୍ଟରକୁ ପଠାଇ ଦିଆଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।