ସଙ୍ଗୀତ ଗୁରୁ ରଘୁନାଥ ପାତ୍ରଙ୍କୁ ୨୦୨୦ ଓଡିଶୀ କଣ୍ଠ ସଙ୍ଗୀତ ପାଇଁ ମନୋନୀତ

ଗଜପତି,୨୯/୮- ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୯/୨୦୨୦ ଦୁଇ ବର୍ଷ ପାଇଁ ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା କଳାସାଧକ ମାନଙ୍କର ଆଜୀବନ ସାଧନାପାଇଁ ଏକାଡେମୀ ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ଏକାଡେମୀ ପୁରସ୍କାର ପ୍ରଦାନ ଉତ୍ସବ ଆସନ୍ତାକାଲି ଅପରାହ୍ନ ୪.୩୦ ସମୟରେ ରବୀନ୍ଦ୍ର ମଣ୍ଡପ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଗୁରୁ ରଘୁନାଥ ପାତ୍ର ୨୦୨୦ ବର୍ଷ ପାଇଁ ଓଡିଶୀ କଣ୍ଠ ସଙ୍ଗୀତ ସକାଶେ ଚୟନ ହୋଇଥିବାରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ଶୁଭେଚ୍ଛାସହ ବିଭିନ୍ନ ମହଲରୁ ସ୍ୱାଗତର ସୁଅ ଛୁଟୁଛି । ଶ୍ରୀ ରଘୁନାଥ ମହାପାତ୍ରଙ୍କୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ପାରଳା ବିଧାୟକ କେ. ନାରାୟଣ ରାଓ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, କଳାକାର ଆଦର୍ଶ ଦାସ, ବସନ୍ତ ପଣ୍ଡା, ବିବେକା ନନ୍ଦ ବେହେରା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Comments (0)
Add Comment