ଧୂପକାଠି ଉତ୍ପାଦନ ତାଲିମ କେନ୍ଦ୍ର ପରିଦର୍ଶନ କଲେ ପିଏ ଆଇଟିଡିଏ,ଉନ୍ନତମାନର ଧୂପକାଠି ପ୍ରସ୍ତୁତ କରିବା ପାଇଁ ପରାମର୍ଶ

ଗଜପତି/ପାରଳାଖେମୁଣ୍ଡି,୬/୨ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ଗ୍ରାମ ଠାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଚାଲୁ ରହିଥିବା ଧୂପକାଠି ୟୁନିଟର ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ (ପିଏ) ତଥା ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା । ଶନିବାର ଦିନ ଉଲ୍ଲେଖିତ ୟୁନିଟକୁ ଯାଇ ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଧୂପକାଠି ତାଲିମ ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ପଚାରି ବୁଝିବା ସହ ଏହାର ଗୁଣାତ୍ମକ ଉତ୍ପାଦନ ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ବଜାରରେ ଏହି କେନ୍ଦ୍ରରେ ଉତ୍ପାଦନ ହେଉଥିବା ଧୂପକାଠି ଗୁଡିକର ଚାହିଦା କିପରି ବଜାୟ ରଖିପାରିବ ଏବଂ ଏହା ଦ୍ୱାରା ଏହି କେନ୍ଦ୍ରର କିପରି ଉନ୍ନତି ଘଟିବ ଓ ସ୍ୱାବଲମ୍ବୀ ହୋଇପାରିବେ ସେନେଇ ବିଭିନ୍ନ ଯୋଜନାମାନ ବୁଝାଇଥିଲେ । ଉକ୍ତ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ହେଉଥିବା ଧୂପକାଠି ଗୁଡିକୁ ଆହୁରି ଉନ୍ନତମାନର କରିବାକୁ ହେଲେ ଏକାଗ୍ରତ ଚିତ୍ତରେ କାମ କରି ଉତ୍ପାଦନ କଲେ ଗଜପତି ଜିଲ୍ଲାରେ ଧୂପକାଠି ବ୍ୟବସାୟକୁ ଏକ ସ୍ୱତନ୍ତ୍ର ମାନଚିତ୍ରରେ ସ୍ଥାନପାଇପାରିବ ବୋଲି ପରାମର୍ଶ ଦେଇଥିଲେ । ପିଏ ଆଇଟିଡିଏଙ୍କ ଏହି ଗସ୍ତ ସମୟରେ ବହୁ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

Comments (0)
Add Comment