ଗଜପତିରେ କମଳା ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛି କମଳା ଚାଷୀ

ପାରଳାଖେମୁଣ୍ଡି,୧୬/୧୦- ଗଜପତି ଜିଲ୍ଲାରେ ଉପଯୁକ୍ତ ଜଳବାୟୁ ଥିବାରୁ ଉଦ୍ୟାନ ଭିତ୍ତିକ କୃଷି ଚାଷ ଉପଯୋଗୀ ହୋଇପାରୁଛି । ଚାଷୀ ଉଦ୍ୟାନଭିତ୍ତିକ ଚାଷ କରି ସ୍ୱାବଲମ୍ବୀ ହୋଇପାରୁଛି । ଜିଲ୍ଲାରେ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବ,ଲିଚୁ, କମଳା,ପିଜୁଳି,ସପୁରୀ ପ୍ରଭୃତି ଉଦ୍ୟାନ ଭିତ୍ତିକ ଚାଷ ହୋଇପାରୁଛି । ଉପଯୁକ୍ତ ଜଳବାୟୁ ହୋଇ ଥିବାରୁ ଗଜପତି ଜିଲ୍ଲାର ନୂଆଗଡ଼ ବ୍ଳକର ଅତାର ସିଂ ପଞ୍ଚାୟତର ଲାଇବେ ଗ୍ରାମରେ ଆର୍ଥିକ ବର୍ଷ ୨୦୦୩- ୨୦୦୪ରେ ୧୫ ଏକର ଜମିରେ କୋଡିଏ ଚାଷୀ ୧୫୦୦ କମଳାଗଛ ଲଗାଇଛନ୍ତି । ଋତୁ ଆସିଲେ ଗୋଟିଏ କମଳା ଗଛରୁ ୧୫୦୦ରୁ୧୮୦୦ ଟଙ୍କା ପାଇ ପାରୁଛନ୍ତି ।ଚ ଼ାଷୀକୁ ବର୍ତ୍ତମାନ ଗଛ ପ୍ରତି କୌଣସି ଖର୍ଚ୍ଚ କରିବାକୁ ପଡୁନାହିଁ । ଚାଷୀ ଉତ୍ସ ।ହ ହୋଇ ଆଗକୁ ଆହୁରି କମଳା ଚାଷ କରିବା ସକାଶେ ଆଗ୍ରହ ପ୍ରକାଶ କରିଛନ୍ତି । ସେମାନଙ୍କୁ ଉପଯୁକ୍ତ ତାଲିମପ୍ରଦାନ କଲେ ସେମାନେ ଚାଷକୁ ଦ୍ୱିଗୁଣିତ କରିପାରି ଅଧିକା ଉତ୍ପାଦନ କରିପାରନ୍ତେ । ଏହି ଚାଷ କରିବା ଦ୍ୱାରା ସେମାନଙ୍କର ସାମାଜିକ ଅର୍ଥନୈତିକ ବିକାଶ ହେବା ସଙ୍ଗେସଙ୍ଗେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିଛନ୍ତି ବୋଲି ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ କେ ସୁଦର୍ଶନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିଭଳି ଗଜପତିର ରାୟଗଡ ବ୍ଳକର ଜିରାଙ୍ଗ, ଡମ୍ବଳ ଆଦି ସ୍ଥାନରେ କମଳା ଚାଷ ହୋଇପାରୁଛି ବୋଲି କହିଛନ୍ତି ।

Comments (0)
Add Comment