ଗଜପତି ଜିଲ୍ଲାରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ କାର୍ଯ୍ୟାଳୟ ଉଦଘାଟିତ

ଗଜପତି,୧୨/୮- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଦେଓସାହି ଠାରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଗଜପତିର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ କାଟି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ ସଂଗଠନର ରାଜ୍ୟ ସଭାପତି ଆଲୋକ କୁମାର ବୋଷ, ଚାଇଲଡ଼ ଲାଇନର ଜିଲ୍ଲା ସଂଯୋଜକ ନାଗେଶ୍ୱର ଚୌଧୁରୀ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ସମ୍ପାଦକ ପ୍ରନୋଜ କୁମାର ପଟ୍ଟନାୟକ, ଆଇନଜୀବୀ ଶଶାଙ୍କ ଶେଖର ସାବତ ପ୍ରମୁଖ ମଞ୍ଚାସୀନ ଥିଲେ । ଏସ ପି ସିଂ କହିଲେ ଯେ ଏହି କାର୍ଯ୍ୟାଳୟ ହେବା ଫଳରେ ଅସହାୟ ଗରିବ ଲୋକଙ୍କୁ ନିଜର ଅଧିକାର ଓ ନ୍ୟାୟ ମିଳିପାରିବ । ମାନବ ଅଧିକାର କ୍ଷୁର୍ଣ୍ଣ ନହୋଇ ସେମାନେ ସେମାନଙ୍କ ନ୍ୟାୟ ପାଇଁ ବେଶ ସହାୟକ ହେବ ବୋଲି କହିଥିଲେ । ରାଜ୍ୟ ମାନବ ଅଧିକାର ସଭାପତି ଆଲୋକ ବୋଷ ଆପଣଙ୍କ ଅଧିକାର ଆପଣଙ୍କ ସାଥିରେ ଏବଂ ଆମେ ସବୁବେଳେ ଆପଣଙ୍କ ସାଥିରେ । ଲୋକମାନଙ୍କୁ ଏ ଦିଗରେ ସଚେତନତା କରି ଲୋକଙ୍କ ମନରେ ବିଶ୍ୱାସର କିରଣ ଉଦୟ ହେବାରେ ସହଯୋଗ କରିବୁ ବୋଲି କହିଥିଲେ ।

Comments (0)
Add Comment