ଗଜପତି,୧୧/୯- ଆଜି ପାରଳାଖେମୁଣ୍ଡି କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ରାଜିବ ଗାନ୍ଧି ପଞ୍ଚାୟତ ସଂଗଠନର ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲାର ଦାୟିତ୍ୱରେ ଥିବା ପ୍ରବନ୍ଧକ ଶ୍ରୀ ବିସ୍ମୟ ମହାପାତ୍ର, ନଗର କଂଗ୍ରେସ ତଥା ରାଜିବଗାନ୍ଧି ପଞ୍ଚାୟତ ସଂଗଠନର ଗଜପତି ଜିଲ୍ଲା ଦାୟିତ୍ୱରେ ପ୍ରବନ୍ଧକ, ବସନ୍ତ କୁମାର ପଣ୍ଡା, ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ପାରଳାଖେମୁଣ୍ଡି ପୈରପରିଷଦର ପୂର୍ବତନ ଉପାଧ୍ୟକ୍ଷ ବରିଷ୍ଠ କଂଗ୍ରେସ ନେତା ଅଭିମନ୍ୟୁ ପଣ୍ଡା ଉପସ୍ଥିତ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ କାଶୀନଗର ବ୍ଲକର ଭୂବନେଶ୍ୱର ନାୟକ, ଗୁମ୍ମା ବ୍ଲକର ଲଳୀତ ମହୋନ ଦଣ୍ଡସେନା, ଗୋଷାଣୀ ବ୍ଲକ ର ରାଧାକାନ୍ତ ରଥ,ଓ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ, ଈଶ୍ୱର ମାଝି, ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଗଜପତି ଜିଲ୍ଲାରେ ରାଜିବ ଗାନ୍ଧି ପଞ୍ଚାୟତ ସଂଗଠନ ପକ୍ଷରୁ ପ୍ରତ୍ୟେକ ବ୍ଲକ ସ୍ତରୀୟ ଓ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ,ଆଉ ୱଡ ସ୍ତରରେ ମଧ୍ୟ ଏହି ସଂଗଠନ ପକ୍ଷରୁ ପ୍ରତ୍ୟେକ ଗ୍ରାମରୁ ଜଣେ ଜଣକୁ ଦାଇତ୍ୱ ଦେଇ ତୃଳମୁଳ ସ୍ତରରେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବା ପାଇଁ ଆହ୍ୱାନ ଦେଇଥିଲେ, ଦେଶର ବର୍ତମାନ ଆର୍ଥିକ ଅବସ୍ଥା ସଙ୍କଟାପନ୍ନହୋଇ ପଡିଛି ସରକାରୀ ଯୋଜନା କାର୍ଯ୍ୟକାରୀ କରୁଥିବା ଉପରେ ସମସ୍ତଙ୍କ ନଜର ରଖିବା ଦରକାର । ଏହି ପ୍ରକାର ର ବହୁତ ଆଲୋଚନା କରିଥିଲେ । ଆଗାମୀ ପଞ୍ଚାୟତ ସମିତି ନିର୍ବାଚନରେ ମଧ୍ୟ ଏହି ସଂଗଠନ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ପହଁଚି ଲୋକଙ୍କ ପାଖରେ ସମସ୍ତ ପ୍ରକାର ଯୋଜନା ବିଷୟରେ ପହଞ୍ଚାଇବା, ସଂଗଠନକୁ ସୃଦୁଢ, ଲୋକଙ୍କ ସେବା କରିବା ଆମର ଲକ୍ଷ୍ୟ ବୋଲି ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ବସନ୍ତ କୁମାର ପଣ୍ଡାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।