ପାରଳାଖେମୁଣ୍ଡି,୨୪/୧- ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ କେରାଣ୍ଡି ପଞ୍ଚାୟତସ୍ଥିତ ବ୍ରାହ୍ମଣ ସୀତାପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଖୀ ୱାନ ଷ୍ଟପକେନ୍ଦ୍ର ଏବଂ ଜିଲ୍ଲା ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଚାଇଲଡ଼ ଲାଇନ ସଂଯୋଜକ ନାଗେଶ୍ୱର ଚୌଧୁରୀ ସଭାପତିତ୍ୱ କରି କନ୍ୟା ସନ୍ତାନର ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ । ଜିଲ୍ଲା ଶିଶୁ କଲ୍ୟାଣ ସମିତିସଦସ୍ୟା ଶ୍ରୀମତୀ ଅଳକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଖୀ ୱାନଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଲିଙ୍ଗଭିତ୍ତିକ ହିଂସା, ବାଳିକାମାନଙ୍କର ଅଧିକାର,ବାଲ୍ୟ ବିବାହ ନିଷେଧ ଆଇନ ସଂପର୍କରେ ବୁଝାଇଥିଲେ । କାଉନସିଲର ଶ୍ରୀମତୀ ମିନା କୁମାରୀ ଟହଲ ଶିଶୁ ଓ ମହିଳା ଚାଲାଣ ନିଷେଧ ଆଇନ ଓ ମହିଳା ହେଲ୍ପଲାଇନ ୧୮୧ ଶିଶୁ ସଂପର୍କରେ ବୁଝାଇଥିଲେ । ଅଙ୍ଗନବାଡି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା କେନ୍ଦ୍ର ସରକାରଙ୍କର ଯୋଜନା ସଂପର୍କରେ ବୁଝାଇ ଥିଲେ । ବାଳିକାମାନଙ୍କର ଶିକ୍ଷା ଓ ପୁଷ୍ଟିକରଖାଦ୍ୟର ଗୁରୁତ୍ୱ ବିଷୟରେ ବୁଝାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ମଞ୍ଜୁଳା ଚୌଧୁରୀ, ସୁନିତା ବେହେରା, ଅନିତା ମିଶ୍ର, ସୁନିତା ରଥ, ନିର୍ମାଲ୍ୟ ପାଢ଼ୀ, ଦିବ୍ୟ ସୁଆର,ରବୀନ୍ଦ୍ର ପଣ୍ଡା ଓ ଭେଙ୍କଟେଶ ପ୍ରମୁଖ ଉପସ୍ଥିତ ଥିଲେ ।