ସେଞ୍ଚୁରିଅନ୍‌ ପବ୍ଲିକ ସ୍କୁଲର ଛାତ୍ର ଲଗ୍ନଜିତ୍‌ ମହାନ୍ତିଙ୍କ କୃତିତ୍ୱ : ଆଇ୍‌.ଏ.ଏ.ସି ଜର୍ମାନୀର ଅନ୍‌ ଲାଇନ୍‌ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପ୍ରମାଣପତ୍ର ସହ ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତାକୁ ଯୋଗ୍ୟ ବିବେଚିତ

ପାରଳାଖେମୁଣ୍ଡି,୧୬/୬: ସେଞ୍ଚୁରିଅନ୍‌ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଲଗ୍ନଜିତ୍‌ ମହାନ୍ତି ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଆନ୍ତର୍ଜାତିକ ସଂସ୍ଥା ଆଇ୍‌.ଏ.ଏ.ସି ଜର୍ମାନୀର ଅନ୍‌ଲାଇନ୍‌ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପ୍ରମାଣ ପତ୍ର ସହ ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଇ୍‌.ଏ.ଏ.ସି ଜର୍ମାନୀ , ମହାକାଶ ଓ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ଗବେଷଣାରେ ସାରାବିଶ୍ୱର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସ୍ୱାଗତଯୋଗ୍ୟ ପ୍ରୟାସ ।
ବିଶ୍ୱସ୍ତରୀୟ ଉକ୍ତ ସଂସ୍ଥା ଦ୍ୱାରା ପରିଚାଳିତ ମହାକାଶ ଓ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ମୂଳକ ପ୍ରତିଯୋଗିତାରେ ଅନୁସନ୍ଧାନ ମୂଳକ ପ୍ରଶ୍ନର ଉତ୍ତର ଦେଇ ଲଗ୍ନଜିତ୍‌ ଏହି କୃତିତ୍ୱ ହାସଲ କରିଛନ୍ତି ।

ଲଗ୍ନଜିତ୍‌ ପୂର୍ବରୁ ମହାକାଶ ବିଜ୍ଞାନରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଛନ୍ତି । ଏ ସମ୍ବନ୍ଧରେ ତାଙ୍କ ସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ସଂଜୟ କୁମାର ରଥ , ଶିକ୍ଷୟିତ୍ରୀ ଏସ୍‌. ଶିରିସା ଉତ୍ସାହିତ ଓ ସହଯୋଗ କରିଥିଲେ । ଅଧ୍ୟକ୍ଷା ଶ୍ରୀମତି ସୁନିତା ପାଣିଗ୍ରାହୀ ତାଙ୍କୁ ପୂର୍ବରୁ ପ୍ରେରଣା ଦେଇ ଆସୁଛନ୍ତି ।

Comments (0)
Add Comment