ଗଜପତି ଜିଲ୍ଲାରେ କୋଭିଡ ପାଇଁ ଅମ୍ଳଜାନ ବ୍ୟବସ୍ଥା ଥିବା ୧୭ ଟି ଆମ୍ବୁଲାନ୍ସର ଶୁଭାରମ୍ଭ

ପାରଳାଖେମୁଣ୍ଡି : କରୋନା ପଜିଟିଭ ରୋଗୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା୧୭ଟି ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି । ଏହା ଜିଲ୍ଲାର ସମସ୍ତ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୋଭିଡ ହସ୍ପିଟାଲ ଏବଂ କୋଭିଡ କ୍ୟାୟର ସେଣ୍ଟରମାନଙ୍କରେ ନିୟୋଜିତ ରହିବେ ବର୍ତ୍ତମାନ ୧୭ଟି ମଧ୍ୟରୁ କୋଭିଡ ହସ୍ପିଟାଲରେ ୩ଟି କୋଭିଡ କେୟର ସେଣ୍ଟର ପାରଳାଖେମୁଣ୍ଡିରେ ୨ଟି କୋଭିଡ କେୟାର ସେଣ୍ଟର ମୋହନାରେ ୨ଟି,ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ, ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ, ଆର ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ, ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ,ବଡ଼ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ,ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ, କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ, ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ରହିବ ଏହା କେବଳ କୋଭିଡ ପଜିଟିଭମାନଙ୍କ ପାଇଁ କାମ କରୁଥିବା ବେଳେ କୋଭିଡ ରୋଗୀଙ୍କ ଗୁରୁତ୍ୱକୁ ନେଇ ନିୟୋଜିତ ହେବ । ଏହାର ପରିଚାଳନା ପାଇଁ ଜିଲ୍ଲାରେ ଜଣେ ଡାକ୍ତର ପ୍ରଦୀପ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇ ଥିଲା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେଠାକାର ଭାରପ୍ରାପ୍ତ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ।

Comments (0)
Add Comment