ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ପ୍ରଥମ

ପାରଳାଖେମୁଣ୍ଡି : ଭୁବନେଶ୍ୱର ୟୁନିଟି ତିନି ସ୍ଥିତ ଭାରତ ସ୍କାଉଟ ଓ ଗାଇଡ଼ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ସ୍କାଉଟ ଭବନ ଠାରେ ଗତ ୮ ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ରାଜ୍ୟସ୍ତରୀୟ ସ୍କାଉଟ ଓ ଗାଇଡ଼ର ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ନୃତ୍ୟ ଉତ୍ସବରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ନୃତ୍ୟଦଳ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ


ଏହି ନୃତ୍ୟ ଦଳମାନଙ୍କ ମଧ୍ୟରୁ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକର କେ.ଏମ୍‌ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ନୃତ୍ୟ ସମଗ୍ର ରାଜ୍ୟରେ ଏହି ବିଦ୍ୟାଳୟର ନୃତ୍ୟ ପ୍ରଥମ ସ୍ଥାନ ଅଧିକାର କରିପାରିଥିଲା ।


ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରା, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକଙ୍କ ବରିଷ୍ଠ ପ୍ରେରଣା ଓ ସଙ୍ଗଠନ କମିସନର ସଞ୍ଜୟ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଫଳ ଅର୍ଜନ କରିପାରିଥିବା ଯୋଗୁଁ କୃତଜ୍ଞତା ଜଣାଇଛନ୍ତି । ଏହି କୃତିତ୍ୱ ଯୋଗୁଁ ଏହାର ଶ୍ରେୟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦେଇଛନ୍ତି ଏବଂ ଜିଲ୍ଲା ସ୍କାଉଟ ଓ ଗାଇଡ଼ କମିସନର ପ୍ରଫୁଲ କୁମାର ମହାନ୍ତି , ତାଲିମ କମିସନର ସୁରେଶ ପାତ୍ର, କିଶୋର ଚନ୍ଦ୍ର ଦାସ ଏବଂ ବିଦ୍ୟାଳୟର ଗାଇଡ଼ ଶିକ୍ଷକ ପ୍ରହ୍ଲାଦ ସିଆଳ ଓ କର୍ମଚାରୀ ରୁନୁ ରଇତଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି ରାଜ୍ୟ ସ୍ତରୀୟ ସଫଳତା ହାସଲ କରିଥିବା ହେତୁ ସମସ୍ତଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃତଜ୍ଞତା ଜଣାଇଛନ୍ତି । ଗଜପତି ଜିଲ୍ଲା ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ଅଛନ୍ତି ଏବଂ ଏହି ଅଞ୍ଚଳର ଛାତ୍ରଛାତ୍ରୀ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ଯୋଗୁଁ କେ.ଏମ୍‌ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ


ଏହି ନୃତ୍ୟ ଦଳରେ ଧରିତ୍ରୀ ନାୟକ, ପ୍ରମିଳା ନାୟକ, ଜୟନ୍ତୀ ଗମାଙ୍ଗ, ପ୍ରିୟଙ୍କା ମଣ୍ଡଳ, ସୁମିତ୍ରା ବଡ଼ରଇତ, ଗୀତାଞ୍ଜଳି ପୁଜାରୀ, ବିଦ୍ୟାବତୀ ନାୟକ, ବିକି ବଡମୁଣ୍ଡି, ରୁଚିତ୍ରା ରଇତ, ପୁନ୍ୟାବତି ରଇତ ଓ ଶିବାନୀ ରାଇକା ଅଂଶ ଗ୍ରହଣ କରି ନୃତ୍ୟ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ ସ୍ଥାନ ହୋଇ ଜିଲ୍ଲା ଓ ବିଦ୍ୟାଳୟ ପାଇଁ ସୁନାମ ଆଣିଥିବା ଯୋଗୁଁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ସେହିପରି ପରିବେଶ ସୁରକ୍ଷା ଜୀବନ ରକ୍ଷା, ପଲିଥିନ ବର୍ଜନ କରିବା, ଦୁଇ ଚକିଆ ଯାନ ଚଲାଇବା ବେଳେ ହେଲମେଟ୍‌ ବ୍ୟବହାର କରିବା, ସାନିଟାଇଜର ଓ ମାସ୍କ ବ୍ୟବହାର କରିବା ଭଳି ସଚେତନତା କାର୍ଯ୍ୟ ପାଇଁ କିଶୋର ଚନ୍ଦ୍ର ଦାସଙ୍କୁ ସ୍ୱର୍ଣ୍ଣ ଫଳକରେ ପୁରସ୍କୃତ ହୋଇଛନ୍ତି ।

State level dance festivalରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ
Comments (0)
Add Comment