ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଅନୁପମ ସାହା ଏଠାରେ ତିନିଦିନ ସଟଡାଉନ ଘୋଷଣା କରିଛନ୍ତି ସହରର ପ୍ରତ୍ୟେକ ପ୍ରବେଶ ପଥକୁ ସିଲ କରାଯାଇଛି ରାୟଗଡା ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତ ପାଇଁ ରୋକ ଲଗାଯାଇଛି।ଏସବୁ ଅଞ୍ଚଳରେ ୨୪ ଘଣ୍ଟିଆ ପୋଲିସ ପ୍ରହରା ବ୍ୟବସ୍ଥା କରାଯାଇଛି।ପ୍ରଥମ ଦିନରେ ରାସ୍ତାଘାଟ ସୁନସାନ ହୋଇ ପଡିଛି।ଆମ୍ବୁଲାନ୍ସ ସ୍ୱାସ୍ଥ୍ୟ ସେବା ଭଳି ଜରୁରୀକାଳୀନ ଗାଡି ଚଳାଚଳ କରୁଛି। ସମସ୍ତ ଦୋକାନ ବଜାର ବନ୍ଦ ରହିଛି। କ୍ଷୀର ଓ ଔଷଧ ଦୋକାନ ଛଡା ଅନ୍ୟ କୌଣସି ଦୋକାନ ଖୋଲା ଯାଉ ନାହିଁ।ଜରୁରୀ ନ ହେଲେ ଘରୁ ବାହାରି ବାକୁ ବାରଣ କରାଯାଇଛି ଏହି ସମୟରେ ଘର ଘରକୁ ବୁଲି ଆଶାକର୍ମୀ ଅଙ୍ଗନବାଡି କର୍ମୀ ଓ ସ୍ୱଚ୍ଛସାଥୀ, ସ୍ୱାସ୍ଥ୍ୟ କର୍ମୀ ସହରର ୧୬ଟି ୱାଡ଼ ୧୧୦୦୦ ହଜାର ହାଉସହୋଲ୍ ଡୋର ଟୁ ଡୋର ଯାଇ ସର୍ଭେ କରା ଯାଉଛି। ୫୬ ଟି ଟିମ ନିୟମିତ ଅଛନ୍ତି।ସେମାନେ ଥର୍ମାଲ ଟେଷ୍ଟ କରିବା ସହ ଅକ୍ସିଟେଷ୍ଟ ମାଧ୍ୟମରେ ପରୀକ୍ଷା କରାଯାଉଛି। ସଂକ୍ରମଣ ଚିହ୍ନଟ ହେଲେ ସେମାନଙ୍କୁ କୋଭିଡି ହସ୍ପିଟାଲକୁ ପଠାଯିବବୋଲି କାର୍ୟ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ସହରରେ ପୋଲିସ ପେଟ୍ରୋଲିଂ କଡାକଡି କରାଯାଉଛି। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କୁ ଜିଲ୍ଲାବାସୀ ସମର୍ଥନ କରିବା ସହ ସହଯୋଗ କରୁଥିବାର ଦେଖିବାକୁ ମିଳିଛି।