ପାରଳାଖେମୁଣ୍ଡି,୪/୯- ଗଜପତି ଜିଲ୍ଲା ସଦରମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲକାନ୍ତ ମହାନ୍ତି, ବନଖଣ୍ଡ ଅଧିକାରୀ ଏସ୍.ଆନନ୍ଦ, ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ, ରାଜେନ୍ଦ୍ର ମିଞ୍ଜ ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ପାରଳାଖେମୁଣ୍ଡି ପୌରପରିଷଦ ସମେତ କେରାଣ୍ଡି, ବାଘଶାଳ, ରାଣୀପେଣ୍ଠ ଓ ସିଧମାଡ଼ଙ୍ଗା ପଞ୍ଚାତର ସମୁଦାୟ ୯୬ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୮୦ ଗୋଟି, ଗ୍ରାମଭିତ୍ତିକ ସମସ୍ୟା ୧୬ ଗୋଟି ଓ ୨୯ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଜଣଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ମୋ ଘର ଯୋଜନା, ମନରେଗା, ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା, ଜଳସେଚନ ରାସ୍ତା ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଅଭିଯୋଗ ଶୁଣାଣୀ ସମୟରେ ଜିଲ୍ଲା ମୁଖ୍ୟା ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ଓ ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ନର୍ମଦା ନାୟକ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।