ଗାଜିଆବାଦ୍‌ରେ ଓକିଲଙ୍କୁ ହତ୍ୟା ପ୍ରତିବାଦରେ ଜିଲ୍ଲା ଓକିଲ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି,୪/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି । ପ୍ରକାଶଥାଉକି ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ କାର୍ଯ୍ୟରତ ଓକିଲଙ୍କୁ ହତ୍ୟା କରିବା ଘଟଣାରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲାକୋର୍ଟ ଠାରୁ ଏକ ରାଲି ବାହାରି ଗଜପତି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ହତ୍ୟାକୁ ପ୍ରତିବାଦ ଦାବିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ(ରାଜସ୍ୱ) ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

Comments (0)
Add Comment