ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୧୦/୮:- ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କତଲ କଇଠା ଗ୍ରାମ ପଞ୍ଚାୟତର ମର୍କଡାଠାରେ ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଶାଣୀ ବ୍ଳକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୌରୀ ନାୟକ, କତଲ କଇଠା ସରପଞ୍ଚ ଏସ ଲିଙ୍ଗରାଜ, କତଲ କଇଠା ସମିତି ସଭ୍ୟ, ମର୍କଡା ୱାର୍ଡ ସଭ୍ୟ ଓ ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ଶଶିରେଖା ଗମାଙ୍ଗ, ଧରିତ୍ରୀ ବାଉରୀ, କତଲ କଇଠା ସ୍ୱାସ୍ଥ୍ୟ ଅଧିକାରୀ ସହ ମର୍କଡା , କମଳା ଭଞ୍ଜନି,ପାଖାପାଖି କେତେ ଗ୍ରାମର ଗର୍ଭବତୀ, ପ୍ରସୂତୀ, କିଶୋରୀ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପୋଷଣ ଅଭିଯାନର ଉଦ୍ଦେଶ୍ୟ ହେଲା ମାଆ ଓ ଶିଶୁ ମୃତ୍ୟୁ ହାର କମାଇବା । ଏହି କାର୍ଯ୍ୟକ୍ରମକୁ ନେଇ ଏକ ଲୋକ ନୃତ୍ୟ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସି ଡି ପି ଓ, ସିଏଚଓ, ସୁପରଭାଇଜାର ମାନେ ଏହି ବିଷୟରେ ଲୋକମାନଙ୍କୁ ବୁଝାଇବା ସହ ସଚେତନତା କରିଥିଲେ । କେରାଣ୍ଡି ସେକ୍ଟଟର ସମସ୍ତ ଅଙ୍ଗନୱାଡି କର୍ମୀ ପନିପରିବା ଓ ରେସିପି ନେଇ ପ୍ରଦର୍ଶନ କରାଇଥିଲେ ।

Comments (0)
Add Comment