ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଭା

ଗଜପତି,୧୧/୬- “ଶିଶୁଶ୍ରମ ମୁକ୍ତ ଓଡିଶା ଆମର ସଙ୍କଳ୍ପ” ଏହି ଉଦ୍ଦେଶ୍ୟ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଜିଲ୍ଲାରେ ସଭା, ଶୋଭାଯାତ୍ରା, ସଚେତନା ସନ୍ଦେଶ ପ୍ରଦାନ କରାଯାଉଛି । ଆଜି ଗଜପତି ଜିଲ୍ଲାରେ ଶ୍ରମ କାର୍ଯ୍ୟାଳୟ ତରଫରୁ ସଚେତନା ସଭା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ୱାଟରସେଡ ସମ୍ମେଳନ କକ୍ଷରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟତଃ ୧୪ ବର୍ଷ କମ୍‌ ବୟସର ଶିଶୁଙ୍କୁ ବିପଦ ସଙ୍କୁଳ କାମରେ ନିୟୋଜନକୁ ବାରଣ କରାଯାଇଛି । ଏହି କାର୍ଯ୍ୟରେ ପ୍ରତିକୂଳତା ପ୍ରକାଶକଲେ ସେଥିପାଇଁ ଆଇନ ଦ୍ୱାରା ଦଣ୍ଡବିଧାନ ଜୋରିନାମା ଓ ଦଣ୍ଡ ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାଶ୍ରମ ଅଧିକାରୀ ଲୋକନାଥ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ନିର୍ଦ୍ଦେଶକ ଆଇ.ଏସ୍‌.ଆର୍‌.ଡି ଗଜପତି ସୁଧିର ସାବତ୍‌, ଶ୍ରମ ନିରୀକ୍ଷକ ସୋମନାଥ ପାତ୍ର ଓ ପୋଲିସ ବିଭାଗର କର୍ମଚାରୀ ମଞ୍ଚାସୀନ ହୋ ସେମାନଙ୍କ ବାର୍ତ୍ତା ଓ ଅନୁଭୁତି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନାନ୍ୟ ସରକାରୀ ଅଧିକାରୀ ଓ ବିଭିନ୍ନ ଅନିଷ୍ଠାନାର ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତକର୍ମଚାରୀ ସୁଚାରୁରୂପେ ପରିଚାଳନା କରିଥିଲେ ।

Comments (0)
Add Comment