ପାରଳାଖେମୁଣ୍ଡି,୧୭/୯- ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡିସ୍ଥିତ ଟାଉନ୍ହଲ ଠାରେ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ତଥା ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଦୁର୍ଗାପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଗଞ୍ଜାମ ଜିଲ୍ଲା ଆବାହକ ସୁବାସ ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଗାମୀ ୩ ମାସ ମଧ୍ୟରେ ଗଜପତି ଜିଲ୍ଲାର ସମସ୍ତ ବ୍ଳକରେ କମିଟି ଗଠନ ସହ ସକ୍ରିୟ ସଦସ୍ୟଙ୍କୁ ନେଇ ତୃଣମୂଳ ସ୍ତରରେ ସଙ୍ଗଠନ ସୁଦୃଢ କରାଯିବ ବୋଲି ଦୁର୍ଗା ପ୍ରସାଦ ଦାସ କହିଥିଲେ । ଦିଲ୍ଲୀ,ପଞ୍ଜାବ ପରେ ଓଡ଼ିଶା ତଥା ଗଜପତି ଜିଲ୍ଲାରେ ମଧ୍ୟ ଆଗାମୀ ଦିନରେ ପରିବର୍ତ୍ତନ ସମ୍ଭବ ବୋଲି ଗଞ୍ଜାମ ଜିଲ୍ଲା ଆବାହକ ଶ୍ରୀ ରାଉତ କହିଥିଲେ । ଗଜପତି ଜିଲ୍ଲାର ଘରେ ଘରେ ଦିଲ୍ଲୀ ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ମଡେଲକୁ ପହଞ୍ଚାଇବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକର ସକ୍ରିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ ରାଜ୍ୟ କମିଟି ସଦସ୍ୟ ସୌମ୍ୟ ପ୍ରଧାନ, ଜିଲ୍ଲା ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା, ଗଞ୍ଜାମ ଜିଲ୍ଲା ସମ୍ପାଦକ ଆଦୀୟ ରଥ, ଗଞ୍ଜାମ ଜିଲ୍ଲା କମିଟି ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ଗଜପତି ଜିଲ୍ଲା ବରିଷ୍ଠ ସଦସ୍ୟ କିଶୋର ଚନ୍ଦ୍ର ଗୁରୁ ମଞ୍ଚ ରେ ଉପସ୍ଥିତ ଥିଲେ । ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ସଭା ଆରମ୍ଭ ହେବା ପୂର୍ବରୁ ଜିଲ୍ଲା କମିଟି ସଦସ୍ୟ ପାଇଲା ମୂରଲୀ କ୍ରିଷ୍ଣାଙ୍କ ନେତୃତ୍ୱରେ ଏକ ବାଇକ୍ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବାବୁଲା ରଣା, ତ୍ରିନାଥ ପଟ୍ଟନାୟକ, ଈଶ୍ୱର ରାଓ, ଲୋକନାଥ ଭୁକ୍ତା, ଲୋଗୋସ୍ ଦାସ୍ ବର୍ଦ୍ଧନ, ଜି.ଚନ୍ଦ୍ରା ରାଓ,ଜୋସିୟ ରାଇକା, ବୋୟାଜ ବେବର୍ତ୍ତା, ପୋନ୍ଦୁରୁ କୁମାର, ଏସ.ରମେଶ ପ୍ରମୁଖ ସହଯୋଗ କରିଥିଲେ ।