ଖରିଫ ଧାନ ପଞ୍ଜିକରଣ ପାଇଁ ପ୍ରଚାର ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି,୨୨/୭:- ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇ ଠାରୁ ଆରମ୍ଭ ହେଉଛି । ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର ରଥକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ପ୍ରଚାର ରଥ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଚାର ପ୍ରସାର କରିବ । ଜିଲ୍ଲାର ୪୩ ଗୋଟି ସମବାୟ କେନ୍ଦ୍ର ଓ ୨ ଲ୍ୟାମ୍ପରେ ମୋଟ ୪୫ ଗୋଟି କେନ୍ଦ୍ରରେ ଚାଷୀଙ୍କ ପଞ୍ଜିକରଣ କରିବା ପାଇଁ ସଚେତନତା କରାଯିବ । ଏହା ବିଭାଗର ୱେବସାଇଟ www.foododisha.in ମଧ୍ୟ ଉପଲବ୍ଧ ଏଣୁ ସମସ୍ତ ଚାଷୀ ଭାଇ ମାନଙ୍କୁ ଅନୁରୋଧ ପଞ୍ଜିକରଣ ପାଇଁ ଇଛୁକ ଚାଷୀମାନେ ସେମାନଙ୍କ ପଞ୍ଜିକରଣ ଫର୍ମ ସହିତ କାଗଜପତ୍ର ନକଲ ଦାଖଲ କରିବା ଆବଶ୍ୟକ । ବ୍ୟାଙ୍କ ପାସ୍‌ବୁକର ପ୍ରଥମ ପୃଷ୍ଠା, ଚାଷ ଜମିର ପ୍ରମାଣପତ୍ର, ଆଧାର କାର୍ଡ, ମୋବାଇଲ ନମ୍ବର ଓ ଯଦି ଭାଗ ଚାଷୀ ହୋଇଥାନ୍ତି ତେବେ ସମ୍ପୃକ୍ତ ଜମି ମାଲିକଙ୍କ ସହମତି ପତ୍ର ସହିତ ଆଧାର କାର୍ଡ ନକଲ ଦାଖଲ କରିବେ । ଯେଉଁ ଚାଷୀମାନେ ଆଗାମୀ ଖରିଫ୍‌ ଋତୁରେ ଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜିକରଣ କରିନାହାନ୍ତି ସେମାନେ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖ ସୁଦ୍ଧା ପଞ୍ଜିକରଣ କରିନେବେ । ଏହି ପ୍ରଚାର ରଥ ଶୁଭାରମ୍ଭ ସମୟରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ସହକାରୀ ଯୋଗାଣ ଅଧିକାରୀ ସ୍ନେହାସିନୀ ବେହେରା, ଗୋଷାଣୀ ଯୋଗାଣ ଅଧିକାରୀ ଭବାନୀ ଶଙ୍କର ବେହେରା, ଏମଆଇ କାଶୀନଗର ଶୁଭେନ୍ଦୁ ପାଣିଗ୍ରାହୀ ଓ ସମବାୟ କେନ୍ଦ୍ର ବିଭାଗୀୟ ଓ ଆରଏମସି ବିଭାଗୀୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Comments (0)
Add Comment