୭୪ ତମ ଏନସିସି ଦିବସ ପାଳିତ

ଗଜପତି,୨୮/୧୧- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରଠାରେ ୭୪ ତମ ଏନସିସି ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟୁଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଭଜମନ ବେହେରା, ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ବୃଷକେତୁ ଦାସ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମହାବିଦ୍ୟାଳୟ ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ପ୍ୟାରେଡ଼ ସ୍ଥଳରେ ପହଞ୍ଚି ଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏନସିସି ପତାକା ଉତ୍ତୋଳନ କରିଥିଲେ ଓ ଏନସିସି କ୍ୟାଡେଟ ମାନଙ୍କୁ ସମ୍ବୋଧନ କରିଥିଲେ । ସେ ନିଜ ବକ୍ତବ୍ୟରେ କ୍ୟାଡଟ ମାନଙ୍କ ଅଭ୍ୟାସ ତଥା ପରିଶ୍ରମର ଭୂୟସୀ ପ୍ରଶଂସା କରିବା ସହ ଦେଶ ମାତୃକାର ସେବା ନିମନ୍ତେ ବ୍ରତୀ ପାଇଁ ଉତ୍ସାହିତ କରିଥିଲେ । ଼ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ବୃଷକେତୁ ଦାସ, ଏନସିସି କ୍ୟାଡେ଼ଟମାନଙ୍କୁ ଶପଥ ପାଠ କରାଇଥିଲେ ଓ ପରେ ପରେ ଉଭୟେ ପ୍ୟାରେଡ଼ ନିରୀକ୍ଷଣ କରିଥିଲେ । ଏନସିସି କ୍ୟାଡେ଼ଟ ମାନେ ସିନିୟର ଡିଭିଜନ ଏସୟୁଓ ଶ୍ରୀମାନ ତରୁଣ ଚିନ୍ତାଡ଼ାଙ୍କ ନେତୃତ୍ୱରେ ଉଚ୍ଚକୋଟୀର ମାର୍ଚ୍ଚପାଷ୍ଟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏନସିସି ଅଧିକାରୀ ହରିହର ଦାଶ, ଜଗନ୍ନାଥ ପଟ୍ଟନାୟକ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ସୁଜାତା ଗୋମାଙ୍ଗ, ବୈଦମଧୁ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments (0)
Add Comment