ବିଡ଼ିଓଙ୍କୁ ଯୋଗାଣ ସହାୟକଙ୍କ ସ୍ମାରକପତ୍ର

ପାରଳାଖେମୁଣ୍ଡି,୨୬/୮:- ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଯୋଗାଣ ସହାୟକମାନେ ୬ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଗୋଷାଣୀ ବିଡ଼ିଓ ଅଜୟ କୁମାର ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି ।ଏହି ଦାବିପତ୍ର ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ଆହ୍ୱାନକ୍ରମେ ଦିଆଯାଇଥିବା ସୂଚନା ଦିଆଯାଇଛି । ଏହା ସହ ଅଗଷ୍ଟ ୨୮ ତାରିଖ ଠାରୁ ସାମୁହିକ ଛୁଟି ନେଇ ସଂଘର ଆହ୍ୱାନ କ୍ରମେ ଭୁବନେଶ୍ୱରସ୍ଥିତ ଲୋୟର ପି ଏମ୍‌ ଜୀ ଠାରେ ଆନ୍ଦୋଳନରେ ଯୋଗ ଦେବେ ବୋଲି ଜଣାଇଛନ୍ତି । ଦାବି ପୂରଣ ମଧ୍ୟରେ ଯୋଗାଣ ସହାୟକଙ୍କ ଚାକିରୀ ସ୍ଥାୟୀତ୍ୱ ଓ ମାସିକ ଦରମା ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯିବା, ଯୋଗାଣ ସହାୟକଙ୍କ ନାମରେ ପିଡିଏସ ଲାଇସେନ୍ସ ପ୍ରଦାନ କରିବା, କାର୍ଯ୍ୟରତ ଯୋଗାଣ ସାହାୟକଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ସହ ତାଙ୍କ ପରିବାର ବର୍ଗର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦିଆଯିବା, ଇପିଓଏସ ଡିଭାଇସ ପରିଚାଳନାରେ ପ୍ରୋତ୍ସ ।ହନ ରାଶି ପ୍ରଦାନ କରିବା ଆଦି ଦାବି ରହିଥିବା ସୂଚନା ଦେଇଛନ୍ତି । ବିଡ଼ିଓ ଶ୍ରୀ ପ୍ରଧାନ ସ୍ମାରକପତ୍ର ଗ୍ରହଣ କରିବାସହ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ।

Comments (0)
Add Comment