ବସ୍ତିବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ

ପାରଳାଖେମୁଣ୍ଡି,୧୩/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଆଜି ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ରହି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ପୌର ପରିଷଦର ୧୫ ୱାର୍ଡର ବସ୍ତିବାସିନ୍ଦାଙ୍କୁ ୮୯୦ ହିତାଧିକାରୀ ଚୟନ କରାଯାଇଛି ଏବଂ ସେମାନଙ୍କୁ ଭୂମି ଯୋଗ୍ୟ ପ୍ରମାଣପତ୍ର ବଣ୍ଟନ କରାଯିବ । ଆଜି ବସ୍ତିବାସିନ୍ଦା ଭୂମି ଯୋଗ୍ୟତା ପ୍ରମାଣପତ୍ର ୨୬୪ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିବାର ଜଣାପଡିଛି । କଣ୍ଡ୍ର । ସାହି,ହାଟ ପଦା, ରେଲୱେ ଷ୍ଟେସନ ବସ୍ତି ବାସିନ୍ଦାଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ ପୌର ପରିଷଦର କର୍ମଚାରୀମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନାରେ ବସ୍ତିକୁ ବାସଉପଯୋଗି ବସତିରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ । ଏହିଭଳି ଯୋଜନାକୁ ହିତାଧିକାରୀ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପାଇ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Comments (0)
Add Comment