ବରିଷ୍ଠ ସାମ୍ବାଦିକ ତାରିଣୀ ପଣ୍ଡାଙ୍କ ମାତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି,୧୪/୮:- ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତାରିଣୀ ପ୍ରସାଦ ପଣ୍ଡାଙ୍କ ମାତା ଶକୁନ୍ତଳା ପଣ୍ଡା (୮୫) ଙ୍କ କେଉଟସାହି ସ୍ଥିତ ତାଙ୍କ ନିଜସ୍ୱ ବାସଗୃହ ଠାରେ ରବିବାର ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ଓ ମେଳାପି ଥିଲେ । ତାଙ୍କର ବିୟୋଗରେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ, ପ୍ରେସ କ୍ଲବ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ତାଙ୍କ ବିୟୋଗରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ହାଇଟେକ୍‌ ଗ୍ରୁପର ଅଧକ୍ଷ ତିରୁପତି ପାଣିଗ୍ରାହୀ , ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ , ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, ଜିଲ୍ଲା କଂଗ୍ରେସ ଦଳର ଉପ-ସଭାପତି ବସନ୍ତ ପଣ୍ଡା , ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ଉପ-ନଗରପାଳ ଅଭିମନ୍ୟୁ ପଣ୍ଡା, ଅରୁଣ କୁମାର ପରିଡ଼ା , ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡ଼ଧ୍ୱଜ ଚୌଧୁରୀ , ବରିଷ୍ଠ ସାମ୍ବାଦିକ ଗଣେଶ କୁମାର ରାଜୁ , ଦେବାଶିଷ ପାଢ଼ୀ , ଜଗଦୀଶ ପଣ୍ଡା , ବୀରକିଶୋର ପଟ୍ଟନାୟକ, କୃଷ୍ଣ ବେହେରା, ରୁପେଶ ସାହୁ, ବାଳକୃଷ୍ଣ ପାଣିଗ୍ରାହୀ, ସନ୍ତୋଷ ପଟ୍ଟନାୟକ, ବାପି ପଣ୍ଡା, ନାଗେଶ୍ୱର ମହାପାତ୍ର, ଏ.ରାମୁ ଅନିଲ, କେ. ରାମସ୍ୱାମି, ସନ୍ତୋଷ କୁମାର ପାଟ୍ଟଯୋଶୀ । ବିବେକାନନ୍ଦ ବେହେରା,ଙ୍କ ସମେତ ଜିଲ୍ଲାସ୍ତରୀୟ ସାମ୍ବାଦିକ ଶୋକ ପ୍ରକାଶ କରିଛନ୍ତି ।

Comments (0)
Add Comment