ଗଜପତି,୪/୯- ଗଜପତି ଜିଲ୍ଲା ବିଜୁ ଜନତା ଦଳର ମହିଳା ସଂଗଠନର ସଭାନେତ୍ରୀ ଭାବେ ପୂର୍ଣ୍ଣବାସୀ ନାୟକଙ୍କୁ ମନୋନୀତ କରାଯାଇଛି । ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଜପତି ଜିଲ୍ଲାର ବରିଷ୍ଠ ବିଜେଡି ନେତ୍ରୀ ପୂର୍ଣ୍ଣବାସୀ ନାୟକଙ୍କୁ ଜିଲ୍ଲା ମହିଳା ସଂଗଠନର ସଭାନେତ୍ରୀ ଭାବେ ଦ୍ୱିତୀୟଥର ପାଇଁ ମନୋନୀତ କରିଛନ୍ତି । ପୂର୍ଣ୍ଣବାସୀ ନାୟକ ବର୍ତ୍ତମାନ ଗଜପତି ଜିଲ୍ଲା ରାୟଗଡ ବ୍ଳକର ଅଧ୍ୟକ୍ଷା ଭାବେ କାର୍ଯ୍ୟ ତୁଲାଉଛନ୍ତି । ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣବାସୀ ନାୟକଙ୍କୁ ଗଜପତି ଜିଲ୍ଲା ବିଜେଡି ମହିଳା ସଙ୍ଗଠନର ସଭାନେତ୍ରୀ ଦାୟିତ୍ୱ ଦେଇଛନ୍ତି । ପୁଣିଥରେ ସଭାନେତ୍ରୀ ଭାବେ ମନୋନୀତ ହୋଇ ପୂର୍ଣ୍ଣବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରି ଗଜପତି ଜିଲ୍ଲାରେ ବିଜେଡି ଦଳର ସାଙ୍ଗଠାନିକ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ମୋର ମୂଳ ଲକ୍ଷ୍ୟ ଅଟେ ବୋଲି କହିଛନ୍ତି । ଦ୍ୱିତୀୟ ଥର ମନୋନୀତ ହେବାପରେ ହାଇସ୍କୁଲ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ସ୍ୱର୍ଗତ ବିଜୁବାବୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପୂର୍ଣ୍ଣବାସୀ ନାୟକ ପୁଣି ଥରେ ବିଜେଡି ମହିଳା ସଙ୍ଘଠନର ସଭାନେତ୍ରୀ ଭାବେ ମନୋନୀତ ହୋଇ ଥିବା ଯୋଗୁଁ ବରିଷ୍ଠ ବିଜେଡି ନେତ୍ରୀ ସଂଯୁକ୍ତା ବେହେରା, ଅନିତା ଅଧିକାରୀ, ପାରଳାପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଶାନ୍ତିଲତା ଜେନା, ଗଜପତି ଜିଲ୍ଲା ବିଜେଡିର ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା, ଜମିଦାର ପଟ୍ଟନାୟକ, ଜିଲ୍ଲା ବିଜେଡି ଯୁବ ସଭାପତି ଏସ . ଲିଙ୍ଗରାଜଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ପୂର୍ଣ୍ଣବାସୀ ନାୟକଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି ।