ଗଜପତି,୧୦/୬- ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଗୋଟିଏ ଦୁଃଖର ବିଷୟ ଘଟିଯାଇଛି । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଯୁବ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଗୌତମ ପଣ୍ଡା (ବାପି ପଣ୍ଡା)ସେ ଛାତ୍ର ସମୟରେ କଂଗ୍ରେସ ଦଳପ୍ରତି ଛାମୁଆଁ ହିସାବରେ କାର୍ଯ୍ୟ ନିର୍ବାହ କରୁଥିଲେ, ପାରଳାଖେମୁଣ୍ଡି ପୌରପରିଷଦର ୱାର୍ଡ ନମ୍ବର ୧୦ଓ୧୧ରେ ଆଗଧାଡିର କାର୍ଯ୍ୟ କରିଥିଲେ । ହଠାତ୍ ତାଙ୍କର ଦେହ ଖରାପ ହେବା ଯୋଗୁଁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ଆଜି ଅପରାହ୍ନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ଏହି ଅକାଳ ବିୟୋଗରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଅମର ଆତ୍ମାର ସତ୍ଗତି ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗ, ସାଂସଦ ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ, ବସନ୍ତ କୁମାର ପଣ୍ଡା ବିଭୁତି ଭୂଷଣ ପାତ୍ର,ଜୟମୋହନ ରାଓ,ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ,ବାବୁଲି ପାଢି, ବାବୁଲି ସାହୁ, ସଂଜୟ ଅଧିକାରୀ, ରାଜା ପାତ୍ର, ସନ୍ତୋଷ ପାଣିଗ୍ରା ହୀ, ବିଷ୍ଣୁ ପାଢି, ଗୋବିନ୍ଦ ପାଢି, କେ ରାମଶ୍ୱାମି, ଭାର୍ଗବ, ଖଗ, ରମେଶ,ତ୍ରିପତି ପାତ୍ର, ଗରୁଡ଼ ଚୈଧୁରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।