ବାଲୁକା ଚିତ୍ର କଳାରେ ଗଣେଷ ପୂଜାର ଶୁଭେଛା

ପବିତ୍ର ଗଣେଶ ପୂଜା ଅବସରରେ ଚାରିଆଡେ ଉତ୍ସବର ମାହୋଲ l

ପୁରୀ : ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଆଜି ହେଉଛି ଗଣେଶ ଚତୁର୍ଥୀ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦୀପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଏପରିକି ସାହି ଗଳିରେ ଚାଲିଛି ପୂଜାର୍ଚ୍ଚନା। ଗଜାନନଙ୍କୁ ଆବାହନ ଲାଗି ସବୁଆଡେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି l ପୁରୀ ନୀଳାଦ୍ରି ବୀଚରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରି ସୁଦର୍ଶନ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି l ସବୁଠୁ ଆକର୍ଷଣୀୟ କଥା ହେଉଛି ପ୍ରଭୁ ଗଣେଶଙ୍କ ବାଲୁକା ଚିତ୍ର କଳା ବିଭିନ୍ନ ଫଳ ଦ୍ୱାରା ସଜା ଯାଇଥିବାର ଦର୍ଶାଉଥିଲା l ପ୍ରଭୁ ଗଣେଶଙ୍କ ମୁକୁଟରେ ବିଭିନ୍ନ ପ୍ରକାରର ଫଳ ଗୁଡିକୁ ସୁନ୍ଦର ଭାବେ ସଜ୍ଜା ଯାଇଥିଲା l ଏହି ସୁନ୍ଦର କଳାକୃତିକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମି ଥିବାର ସୂଚନା ମିଳିଛି l ତେବେ ସୁଦର୍ଶନ ବିଶ୍ୱରେ ଶାନ୍ତି ବଜାୟ ରଖିବା ଲାଗି ବାଲୁକା ଚିତ୍ର କଳାରେ ବାର୍ତ୍ତା ଦେଇଛନ୍ତି।

୨୦ ପ୍ରକାର ଫଳକୁ ଏହି ବାଲୁକା ଚିତ୍ର କଳାରେ ସେ ସ୍ଥାନ ଦେଇଥିଲେ। ଆଉ ମଧ୍ୟ କହିଛନ୍ତି, ପବିତ୍ର ଗଣେଷ ପୂଜା ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ଆମେ ସମସ୍ତଙ୍କୁ ଗଣେଷ ପୂଜାର ଶୁଭେଛା ଜଣାଇଛୁ। ଏଥି ସହିତ ସେ ବିଶ୍ଵ ଶାନ୍ତି ପାଇଁ ପ୍ରଭୁ ଗଣେଷଙ୍କ ନିକଟରେ ପ୍ରାର୍ଥନା କରିଥିବାର କହିଛନ୍ତି I

Comments (0)
Add Comment