ଗଞ୍ଜାମର ୮୨ ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍ ଅନ୍ତର୍ଗତ

ଭୁବନେଶ୍ୱର,(ହୀ.ପ୍ର): ରାଜ୍ୟରେ କରୋନା ମହାମାରୀ ବ୍ୟାପକତା ପାଇଁ ସଚରାଚର ଚିନ୍ତାର ବିଷୟ ହୋଇଥିବା ବେଳେ ହଟସ୍ପଟ ଜୋନରେ ଥିବା ଗଞ୍ଜାମ ଜିଲ୍ଲାର ୨ ପ୍ରତିଶତ ଗାଁ ଗ୍ରୀନ୍ ଜୋନରେ ଥିବା ଆଜି କୁହାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ଏହି ଜିଲ୍ଲାର ୮୨ ପ୍ରତିଶତ ଗାଁରେ ଜଣେ ବି କରୋନା ରୋଗୀ ନାହାନ୍ତି । ଅବଶିଷ୍ଟ ୧୮ ପ୍ରତିଶତ ଗାଁରେ କରୋନା ରୋଗୀ ଥିବାରୁ ତାହାକୁ ରେଡ ଜୋନ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରବାସୀ ଓଡିଆମାନେ ଫେରିବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଅଧିକ ସଂଖ୍ୟାକ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହେଉଥିବାରୁ ଏହା ଉପରେ ଜିଲ୍ଲାପ୍ରଶାସନ ଅଧିକ ଧ୍ୟାନ ଦେଇଛି । ଜିଲ୍ଲାର ସହରାଞ୍ଚଳ ଓ ୧୮ପ୍ରତିଶତ ଗ୍ରାମ ଉପରେ ଅଧିକ ଧ୍ୟାନ ଦିଆଯାଇ ଘରକୁ ଘର ବୁଲି ସ୍କ୍ରିନିଂ କରାଯାଉଥିବା ବେଳେ ଆସନ୍ତା ୨ଦିନ ମଧ୍ୟରେ ଗ୍ରାମାଞ୍ଚଳର ସ୍କ୍ରିନିଂ କାର୍ଯ୍ୟ ଶେଷ କରାଯିବ । ଏହାବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଜିଲ୍ଲାକୁ ଅଧିକ ସଂଖ୍ୟାକ କରୋନା ଯୋଦ୍ଧା ତଥା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପହଞ୍ଚିବା ପରେ ଚିକିତ୍ସା ପ୍ରକ୍ରିୟା ତ୍ୱାରନ୍ୱିତ ହୋଇଛି । ଅନ୍ୟପକ୍ଷରେ ଆଜି ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments (0)
Add Comment