ଗଞ୍ଜାମ,୨୨/୪: ହିଞ୍ଜିଳି ପୌର ପରିଷଦ ନିର୍ବାଚନ ମଣ୍ଡଳୀରେ ବହୁ ଦୁର୍ନୀତି ହୋଇଥିବା କିଛି ୱାର୍ଡବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର କୌଣସି ସମାଧାନ ହେଉନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ୱାର୍ଡବାସୀ ଇଓଙ୍କୁ ଅଭିଯୋଗ କଲେ ମଧ୍ୟ ସେ ନିରବ ରହୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । କାର୍ଯ୍ୟରତ ଠିକାଦାରଙ୍କୁ ଏପରି କାର୍ଯ୍ୟ ନକରିବାକୁ କହିଲେ ସେ ନାଲି ଆଖି ଦେଖାଇ ଧମକ ଦେଉଛନ୍ତି । ତେବେ କାହା ଛତ୍ରଛାୟା ବଳରେ ଠିକାଦାର ଏପରି କରୁଛନ୍ତି ସେ ନେଇ ଚର୍ଚ୍ଚା ଜୋର୍ ଧରିଛି । ହିଞ୍ଜିଳିକାଟୁ ମୁନସିପାଲିଟି ଅଧ୍ୟକ୍ଷ ଏବଂ ଇଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ । ଏ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳରେ ଦାବି ହେଉଛି ।