ବିଷାକ୍ତ ସର୍ପ ଦଂଶନରେ ଯୁବକ ମୃତ

ଗଞ୍ଜାମ,୨୭/୯: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କଇଠଡା ଗ୍ରାମରେ କିଛି ଦିନ ତଳେ ଜଣେ ଯୁବକ ସିଦ୍ଧାନ୍ତ ପ୍ରଧାନ (୨୮)ବର୍ଷ ନିଜ ଜମିକୁ ସନ୍ଧ୍ୟା ସମୟରେ ଯାଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ସଙ୍ଗେ ସଙ୍ଗେ ତାକୁ ବ୍ରହ୍ମପୁର ଏମ କେ ସିଜି ମେଡିକାଲକୁ ନେଇଥିଲେ ସେଇଠାରେ ୨ ଦିନ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାରୁ ସେଠାରୁ ଡକ୍ଟର ଡିସ୍‌ଚାର୍ଜ କରିଥିଲେ । ଗତକାଲି ରାତିରେ ପୁଣି ଅବସ୍ଥା ଗୁରୁତର ହେବାରୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଥାନା ଏଏସଆଇ ପିଏନ ଗୌଡ଼ ପହଂଚି ଏକ ଅପମୃତ୍ୟୁ ମାମଲା ୨୦/୨୦୨୧ରେ ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି ।

Comments (0)
Add Comment