ଛୁରା ମାଡ଼ରେ ଯୁବକ ଗୁରୁତର

ଗଞ୍ଜାମ,୨୫/୨- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ କେ ବରିଡା ସାନସାହିରେ ଛୁରା ମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତି ୧୦ଟା ସମୟରେ ୧୫ ହଜାର ଟଙ୍କା ଚୋରି କରି ନେଇଛି ବୋଲି ସନ୍ଦେହରେ ଟୁକୁନା ପ୍ରଧାନ ସେହି ଗ୍ରାମର କୈଳାଶ ପ୍ରଧାନକୁ ଏକ ଛୁରା ସାହାଯ୍ୟରେ ପେଟକୁ ଭୁଷି ଦେଇଥିଲା । ଖବରପାଇ ଘଟଣାସ୍ଥଳରୁ ପରିବାର ଲୋକେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମ କେ ସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Comments (0)
Add Comment