ଉତ୍ତରାଞ୍ଚଳ ଡିଆଇଜି ଭାବେ ଜୟ ନାରାୟଣ ପଙ୍କଜ ଯୋଗଦେଲେ

ସମ୍ବଲପୁର : ବରିଷ୍ଠ ଆଇପିଏସ ଅଧିକାରୀ ଜୟନାରାୟଣ ପଙ୍କଜ ଙ୍କୁ ଅତିରିକ୍ତ ଦାୟିତ୍ୱ ରୂପେ ଏଠାକାର ଉତ୍ତରାଞ୍ଚଳ ରେଞ୍ଜ ପୁଲିସ ଡିଆଇଜି ପଦ ଦିଆଯାଇଛି ଓ ସେ ଗତକାଲି ଏଠାରେ ପହଞ୍ଚି ନିଜ ଅଫିସ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ୱର ରେ ସ୍ପେଶାଲ ଟାସ୍କ ଫୋର୍ସ ପୁଲିସ ଡିଆଇଜି ପଦରେ ନ୍ୟସ୍ତ ରହିଛନ୍ତି ଓ ଏହା ତାଙ୍କ ପାଇଁ ଅତିରିକ୍ତ ଦାୟିତ୍ୱ । ଏହାପୂର୍ବରୁ ଏଠାରେ ଭିଜିଲେନ୍ସ ଏସପି ରହି ଥିବାରୁ, ତାଙ୍କ ପାଇଁ ସମ୍ବଲପୁର ନୂଆ ନୁହେଁ । ଗତ ନିର୍ବାଚନ ସମୟରେ ସେ ସାମୟିକ ଭାବେ ବରଗଡ ଜିଲ୍ଲା ଏସପି ନିଯୁ୍କ୍ତ ରହିଥିଲେ । ବେଆଇନ ନିଶା ସାମ୍ରାଜ୍ୟ ଉପରେ କଡା ପଦକ୍ଷେପ ପାଇଁ ରାଜ୍ୟ ପୁଲିସ ମହକୁମାରେ ତାଙ୍କର ଯଥେଷ୍ଟ ସୁନାମ ରହିଛି। ସମ୍ବଲପୁର ରେ ପଦସ୍ଥ ଡିଆଇଜି ହିମାଂଶୁ ଲାଲ ବର୍ବମାନ କେନ୍ଦ୍ରୀୟ ଡେପୁଟେଶନ ରେ ଯିବାରୁ ତାଙ୍କ ଦାୟିତ୍ୱ ଶ୍ରୀପଙ୍କଜ ଙ୍କ ହାତରେ ଦିଆଯାଇଛି ।

Comments (0)
Add Comment