ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସିମେଣ୍ଟ ଦୋକାନରେ ଚଢ଼ାଉ

ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ପାରଳାଖେମୁଣ୍ଡି ରେ ଥିବା ବିଭିନ୍ନ ସିମେଣ୍ଟ ଦୋକାନ ରେ ଚଢ଼ାଉ କରାଯାଇଛି । ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଓ ଜିଲ୍ଲା ବାଣିଜ୍ୟ କର ଅଧିକାରୀ ମିଳିତ ଭାବେ ଚଢ଼ାଉ କରିଥିଲେ ସିମେଣ୍ଟ ଦୋକାନ ରେ ଚଢ଼ାଉ କରି କାଗଜ ପତ୍ର ଗୁଡ଼ିକ ଯାଞ୍ଚ କରିବା ସହ ଗୋଦାମ ଗୁଡିକ ବୁଲି ଦେଖି ଥିଲେ । ବର୍ତ୍ତମାନ ସମଗ୍ର ଦେଶରେ ଲକଡା ଉନ ଚାଲିଥିବାବେଳେ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଲୁହାରଡ଼ ଓ ସିମେଣ୍ଟ ଦୋକାନ ଓ ଗୋଦାମ ଗୁଡିକ ରେ ଲୋକଙ୍କୁ ଚଢା ଦର ରେ ବିକ୍ରି କରିବାର ଅଭିଯୋଗ ହେଉଥିଲା ।

Comments (0)
Add Comment