ଭୁବନେଶ୍ବର- ଆଜି ପୁଣି କମିଲା ସୁନା ଦର। ଆଜି ୨୨ କ୍ୟାରେଟ ସୁନା ଦର ୧୨୦୦ ଟଙ୍କା କମି ୧ଲକ୍ଷ ୨୬ହଜାର ୯୫୦ ଟଙ୍କାରେ ପହଞ୍ଚିଛି। ଗତକାଲି ମଧ୍ୟ ୨୦୦୦ ଟଙ୍କା କମିଥିଲା ୨୨ କ୍ୟାରେଟ ସୁନା। ସେହିପରି ୨୪ କ୍ୟାରେଟ ସୁନା ଦର ଆଜି ୧୩୧୦ ଟଙ୍କା କମି ୧ଲକ୍ଷ ୩୮ହଜାର ୪୯୦ ଟଙ୍କାରେ ପହଞ୍ଚିଛି।
ଗତକାଲି ୨୧୮୦ ଟଙ୍କା କମିଥିଲା ୨୪ କ୍ୟାରେଟ ସୁନା। ଲଗାତାର ୪ ଦିନରେ ୫, ୬୦୦ ଟଙ୍କା କମିଛି ୨୨ କ୍ୟାରେଟ ସୁନା ଦର। ଏବଂ ୨୪ କ୍ୟାରେଟ ସୁନା ୪ ଦିନରେ ୬୧୧୦ ଟଙ୍କା କମିଛି। ଦର କମିବା ପରେ ସୁନା ଦୋକାନରେ ବଢ଼ିଛି ଗ୍ରାହକଙ୍କ ଭିଡ଼ ।
ଆଗକୁ ବିବାହ ଋତୁ ଥିବାରୁ ସୁନା ବଜାରରେ ପୁଣି ଫେରିଛି ଚମକ। ଦୀର୍ଘ ଦିନ ଧରି ସୁନା ଦର ବୃଦ୍ଧି ଯୋଗୁଁ ଗହଣା କିଣିବାକୁ ପଛଘୁଞ୍ଚା ଦେଉଥିଲେ ଗ୍ରାହକ। କିନ୍ତୁ ସୁନା ଦର ଲଗାତାର କମୁଥିବାରୁ ସୁନା କିଣିବାକୁ ଗ୍ରାହକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।