ଦାବି ପୂରଣ ନହେଲେ ଗ୍ରୀନ୍ ଜୋନରେ ବସ ଚଳାଇବା ଅସମ୍ଭବ : ମାଲିକ ସଂଘ

ଭୁବନେଶ୍ୱର : ରାଜ୍ୟ ପରିବହନ ବିଭାଗ ଗ୍ରୀନ୍ ଜୋନରେ ବସ୍ ଚଳାଇବା ପାଇଁ ଅନୁମତି ଦେଇଥିବା ସତ୍ତ୍ୱେ ବସ୍ ମାଲିକ ସଂଘ ଚଳାଇବା ପାଇଁ ରାଜି ହେଉନାହିଁ । ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ରୋକଠୋକ୍ କହିଛନ୍ତି ଯେ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଲକଡାଉନ ନିୟମ ଅନୁଯାୟୀ ଗାଡି ଚଳାଇବା ସମ୍ଭବ ନୁହେଁ । ଯଦି ସଂଘ ପକ୍ଷରୁ ଦିଆଯାଇଥିବା ଦାବି ଗୁଡିକ ପୂରଣ କରାଯାଏ ତେବେ ଗାଡି ଚଳାଇ ହେବ । ସଂଘ ପକ୍ଷରୁ ଦାବି ଗୁଡିକ ସଂପର୍କରେ କୁହାଯାଇଛି ଯେ, ଡିଜେଲ ଉପରେ ଭାଟ୍ ଛାଡ, ୬ ମାସର ଟିକସ ଛାଡ, ବସ୍ କର୍ମଚାରୀଙ୍କୁ ୫ହଜାର ଟଙ୍କା ପ୍ରତ୍ସାହନ ରାଶି ସହିତ ସେମାନଙ୍କୁ ବୀମାଭୁକ୍ତ କରାଯିବ, ୧୮ ମାସ ବୀମା ଦେବା ସହିତ ବ୍ୟାଙ୍କର ସୁଧ ଛାଡ କରାଗଲେ ବସ୍ ଚଳାଇବା କଥା ବିଚାର କରିପାରିବୁ । ଅପର ପକ୍ଷରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଏ ସଂପର୍କରେ ଆମେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିଛୁ । ନିଷ୍ପତ୍ତି ଖୁବଶୀଘ୍ର ହେବ । ଏବଂ ବସ୍ ଗ୍ରୀନ୍ ଜୋନରେ ଚଳାଚଳ କରିବ ।

Comments (0)
Add Comment