ଜିଆରଏସଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

ଦଶପଲ୍ଲା : ପ୍ରହସନ ପାଲଟିଛି ମନରେଗା ଯୋଜନା । ଶ୍ରମିକଙ୍କ ନାମରେ ହେଉଛି ଠକେଇ । ମନରେଗା ଯୋଜନାରେ ଅର୍ଥ ତୋଷାରପାତ ଅଭିଯୋଗରେ ଜିଆରଏସ ନିଲମ୍ବିତ । ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଜିଆରଏସ ଜିତେନ୍ଦ୍ର ଚୌଧୁରୀଙ୍କୁ ନିଲମ୍ବିତ କରିଛନ୍ତି । ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ପଦ୍ମାବତୀ ଗ୍ରାମପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ଭାବରେ ଜିତେନ୍ଦ୍ର ଚୌଧୁରୀ କାର୍ଯ୍ୟରତ ଅଛନ୍ତି । କିନ୍ତୁ ସେ ପୂର୍ବରୁ ଭାପୁର ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟରତ ଥିଲେ । ସେହି ସମୟରୁ ତାଙ୍କ ବିରୁଦ୍ଧରେ ସରକାରୀ ଅର୍ଥ ଆତ୍ମସାତ କରିଥିବାର ଅଭିଯୋଗ ଆସିଥିଲା । ଏନେଇ ନୟାଗଡ ଜିଲ୍ଲାପାଳ ଡ଼ ପୋମା ଟୁଡୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସୂଚନାଯୋଗ୍ୟ, ଜିତେନ୍ଦ ଚୌଧୁରୀଙ୍କ ଉପରେ ମନରେଗା ଯୋଜନାରେ ୨୩ ଲକ୍ଷ ୭୪ହଜାର ୪ଶହ ୧୭ଟଙ୍କାର ଅର୍ଥ ତୋଷାରପାତର କରିଥିବା ନେଇ ଅଭିଯୋଗ ହୋଇଥିଲା ।

Comments (0)
Add Comment