ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ବୌଦ୍ଧ : ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ, ବୌଦ୍ଧ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଗୁରୁ ପୂଜନ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ସଙ୍ଘ ଚାଳକ ମାନନୀୟ ସୂର୍ୟ୍ୟକାନ୍ତ ଦଳବେହେରା ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲା ବୌଦ୍ଧିକ ପ୍ରମୁଖ ମାନନୀୟ ନାରାୟଣ ସାହୁ ଯୋଗଦେଇ ପୌରାଣିକ ଯୁଗରେ ବ୍ୟାସଦେବ ଶ୍ରେଷ୍ଠ ଗୁରୁ ଭାବେ ସମଗ୍ର ଜଗତରେ କ୍ଷାତି ଅର୍ଜନ କରି ଗୁରୁ ଶିଷ୍ୟ ମଧ୍ୟରେ ଏକ ଭକ୍ତିର ପରମ୍ପରା ସୃଷ୍ଟି କରି ସମାଜ ପାଇଁ ଉଦାହରଣ ଛାଡି ଯାଇଛନ୍ତି । ଗୁରୁ ବ୍ୟାସଦେବଙ୍କ ଜନ୍ମ ଦିବସକୁ ଗୁରୁ ପୂଜନ ଦିବସ ପ୍ରଥା ଭାବେ ପ୍ରଚଳିତ ହୋଇ ଆସୁଛି ତେଣୁ ଆଜିର ଦିବସରେ ରାଷ୍ଟ୍ର ପାଇଁ କିଛି ଉତ୍ସର୍ଗ କରି ଏକ ଦାଇତ୍ୱବୋଧତାର ପରିଚୟ ରଖିବା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ୟ୍ୟକ୍ରମକୁ ଜ଼ିଲ୍ଲା ସହ ବ୍ୟବସ୍ଥା ପ୍ରମୁଖ ପଦ୍ମଚରଣ ମେହେର ସଂଯୋଜନା କରିଥିବା ବେଳେ ନଗର କାର୍ୟ୍ୟବକ୍ଷହ ଦିଲ୍ଲିପ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ପ୍ରେମଭଞ୍ଜନ ମହାକୁଳ ମୁଖ୍ୟ ଶିକ୍ଷକ କାର୍ୟ୍ୟ ତୁଲାଇଥିବାବେଳେ ଜ଼ିଲ୍ଲା ବୌଦ୍ଧିକ ପ୍ରମୁଖ ଶିବରାମ ସାହୁ ପ୍ରାର୍ଥନା ବୋଲିଥିଲେ । ଜ଼ିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡ଼ଙ୍ଗୀ ବ୍ୟକ୍ତିଗତ ଗୀତ ଓ ଜ଼ିଲ୍ଲା ପର୍ୟ୍ୟାବରଣ ପ୍ରମୁଖ ଲକ୍ଷ୍ମୀକାନ୍ତ ଯାନୀ ସାମୁହିକ ଗୀତ ଗାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ବଜରଙ୍ଗ ଦଳ, ଏବିଭିପି, ବିଜେପି ଦଳ କର୍ମକର୍ତ୍ତା ଓ ସ୍ୱୟଂସେବକ, ବୁଦ୍ଧିଜୀବୀ, ସଙ୍ଘ ଶୁଭେଛୁ ପ୍ରମୁଖ ଯୋଗଦେଇ ଗୁରୁ ଦକ୍ଷିଣା ପ୍ରଦାନ କରିଥିଲେ ।

Comments (0)
Add Comment