ହରଭଙ୍ଗା: ସଂପ୍ରତି ଆଜି ମହାନଦୀ ବନ୍ୟା କମିଛି । ଏବେ ହରଭଙ୍ଗାର ଅଧା ଅଂଚଳ ଜଳମଗ୍ନ ହୋଇ ରହିଛି । ତେବେ କେତେକ ଚାଷ ଜମିରୁ ବନ୍ୟାଜଳ କମିଛି । ହେଲେ ଏକର ଏକର ଚାଷଜମିର ଧାନଗଛ ପଚି ସଢିଯାଇଛି । ଫଳରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଧାରକରଜ କରି ଚାଷୀମାନେ ଚାଷ କରିଥିଲେ । ଏହି ପ୍ରଳୟ ବନ୍ୟାରେ ଚାଷୀର ଆଶା ଆଶାରେ ମଉଳିଗଲା । କିପରି ଋଣ କରଜ ପରିଶୋଧ କରିବେ ବୋଲି ଚିନ୍ତାରେ ପଡିରହିଛନ୍ତି । ଚାଷୀ କେବଳ କୃଷି ଉପରେ ନିର୍ଭର କରୁଥିବାରୁ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏବେ ବନ୍ୟା କମିଛି, ରାସ୍ତା ଉପରୁ ବନ୍ୟାଜଳ ହ୍ରାସ ହୋଇଛି ।
ବିଶେଷ ଭାବେ ଜଗନ୍ନାଥ ସଡକର ହରଭଙ୍ଗା-ଧଳପୁର ଗ୍ରାମ୍ୟାନିର୍ମାଣ ବିଭାଗ ରାସ୍ତରୁ ବନ୍ୟାଜଳ ଖସିଛି, କିନ୍ତୁ ପିଚୁରାସ୍ତା ଉପରେ ପଙ୍କ, ମାଟି ଆଦି ପଡିଥିବାରୁ ଲୋକମାନେ ଯାତାୟତରେ ଅସୁବିଧା ହେବା ସହ ରୋଗୀଟିକୁ ନେବା ପାିଁ ଆମ୍ବୁଲାନ୍ସ ଗାଡି ଏହି ରାସ୍ତାରେ ପଙ୍କ ଜମିଥିବାରୁ ଯାଇନପାରି ଅଟକିଥିଲା, ଏହି ରାସ୍ତାରୁ ଶୀଘ୍ର ପଙ୍କଉଦ୍ଘର କରାଯିବ ବୋଲି ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ହୃଷିକେଶ ବରଳା ପ୍ରକାଶ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତା ଶୀଘ୍ର ମରାମତି କରାଯିବ, ସେହିପରି ବନ୍ୟା କମି ଯିବାପରେ ପଚାଦୁର୍ଗନ୍ଧ ହେଉଥିବାରୁ, ବନ୍ୟାଅଂଚଳରେ ଶୀଘ୍ର ବ୍ଲିଚିଂ ପକାଯିବ ବୋଲି ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ପ୍ରକାଶ କରିଛନ୍ତି । ସେହିପରି ଲଗାଣ ବର୍ଷାରେ ଭାଙ୍ଗିଯାଇ ଥିବା କଚାଘର ଗୁଡିକର ବନ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ଗସ୍ତ କରି ରାଜସ୍ୱ ବିଭାଗର ଅଧିକାରୀମାନେ ଯାଇ କ୍ଷୟକ୍ଷତି ଆକଳନ କରୁଥିବା ହରଭଙ୍ଗା ତହସିଲଦାର ହରିଓଁ ଭୋଇ ପ୍ରକାଶ କରିଛନ୍ତି ।